ହେରାପଞ୍ଚମୀ
ହେରାପଞ୍ଚମୀ
ଆଜିତ ହେରାପଞ୍ଚମୀ;
କେଉଁଆଡେ ଗଲେ କାଳିଆ ବଳିଆ,
ଆଉ ତାଙ୍କ ସୁନା ଭଉଣୀ;
ମନରେ ବିଚାରି ଶ୍ରୀମନ୍ଦିର ସାରା ଖୋଜନ୍ତି ସାଗର ଦୁଲଣୀ
ଆଜିତ ହେରାପଞ୍ଚମୀ ।।
ପାଞ୍ଚଦିନ ହେଲା ଶ୍ରୀମନ୍ଦିର ର ରତ୍ନସିଂହାସନ ମୁକୁଳା,
ଆନନ୍ଦ ବଜାରେ ନାହିଁତ ଗହଳ ଭାବୁଛନ୍ତି ବସି ଚଞ୍ଚଳା;
କେଣେ ଗଲେ ମୋତେ ନଜଣାଇ କରି
ମନ ମୋଟେ ସୁଖ ଲାଗୁନି, ଆଜିତ ହେରାପଞ୍ଚମୀ ।।
ବିମଳା ଙ୍କ ପାସେ ଯାଇ ଦେବୀ ତହିଁ ପଚାରନ୍ତି କିବା ଜାଣିଛ,
କେଉଁଆଡେ ଗଲେ ନକହି ନପୁଛି ଅବା କାହିଁ ତାଙ୍କୁ ଦେଖିଛ;
ଜନମ ବେଦିକୁ ଲୀଳା ରଚିବାକୁ
ଯାଇଛନ୍ତି ଭାଇ ଭଉଣୀ, ଆଜିତ ହେରାପଞ୍ଚମୀ ।।
ବିମଳାଙ୍କ ଠାରୁ ଫେରିବା ଉପାୟ ମୋହ ଭଷ୍ମ ଘେନି କମଳା,
ବାହାର ହୋଇଲେ କରି ପଟୁଆର ମନ ହେଲା ତାଙ୍କ ଉତଳା;
ଶରଧାବାଲି ରେ ତିନିରଥ ଦେଖି
ଚାହିଁଲେ ସାଗର ଦୁଲ ନେଣୀ; ଆଜିତ ହେରାପଞ୍ଚମୀ ।।
ମୁହଁ ଫଣଫଣ କରି ଠାକୁରାଣୀ ପଚାରନ୍ତି ଆରେ ସେକବ,
କାହିଁ ଗଲେ ତୁମ କାଳିଆ ସାଆନ୍ତ ହରାଇଲେ
କି ସେ ବିବେକ;
ଏକାକରି ମୋତେ ଛାଡି ଆସିଛନ୍ତି
କୁହ କହିଲେ ଠାକୁରାଣୀ, ଆଜିତ ହେରାପଞ୍ଚମୀ ।।
ସେବକ ବାପୁଡା ଦ୍ଵର୍ୟର କଳି ମଧ୍ୟେ ଚଞ୍ଚଳ ହୋଇ ଥରହର,
ଜଣାଇଲେ ଯାଇ ଆସିଛନ୍ତି ଦେବୀ ରାଗେ ହୋଇଣ ଜରଜର;
ତହୁଁ ପ୍ରଭୁ ଟିକେ ନିରେଖି ଦେଖିଣ
ତାଙ୍କ ମୁଖୁ ନସ୍ଫୁରଇ ବାଣୀ; ଆଜିତ ହେରାପଞ୍ଚମୀ
ଚାନ୍ଦମୁହଁ ଆଜି ସୁଖି ଯାଇଅଛି ରୋଷ କରି ଦେବୀ ଆସିଛି,
ଭାଇଙ୍କ ସଙ୍ଗରେ ଆସିଲି ଏମିତି କଥା ନପାରିଲି ମୁରୁଛି;
ଯାଅ ଦେବୀ ତୁମେ ଫେରିବି ସହଳେ
ରୋଷ ନକରି ଠାକୁରାଣୀ, ଆଜିତ ହେରାପଞ୍ଚମୀ
ଏହା ଶ୍ରୀମୁଖରୁ ଶୁଣି ଠାକୁରାଣୀ ତମତମ ହୋଇ ରଥର,
କାଠଖଣ୍ଡେ ଭାଙ୍ଗି ତରତର ହୋଇ ଫେରିଆସିଲେ ଶ୍ରୀମନ୍ଦିର;
ଭାଳି ହେଉଛନ୍ତି ନୀଳାଦ୍ରି ଗୋସାଇଁ
ତାଠାରୁ ପରିତ୍ରାଣ ନାହିଁ; ଆଜିତ ହେରାପଞ୍ଚମୀ ।।
ଅନେକ ଗଞ୍ଜଣା ସହିବାକୁ ହେବ ବେଳ ମୋହର ଭଲ ନାହିଁ,
ଯାହା ହେଉପଛେ କେମିତିବି ହେଉ ଦେବଯାଇ ତାଙ୍କୁ ମନାଇଁ;
ଘର ସଂସାର ର କଥା ତ ଏ ମୋର
ଆଉତ ବାଟ ନାହିଁ ନାହିଁ, ଅଜିତ ହେରାପଞ୍ଚମୀ ।।