STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ରଙ୍ଗ ରାଗର ରୁତୁ

ରଙ୍ଗ ରାଗର ରୁତୁ

1 min
315


ରସରାଜ ରାସ ରସିକ

ବସନ୍ତ କାଳରେ ରାଧାରାଣୀ କୋଳେ

କୁଞ୍ଜ କାନନ ରେ ରଚନ୍ତି ରାସ , ରସରାଜ ରାସ ରସିକ ।।


ବହେ ମନ୍ଦ ମଳୟ ବାତ

ଫଗୁଣ ବସନ୍ତେ ରଙ୍ଗ ପିଚକାରୀ

ରଙ୍ଗରେ ଖେଳନ୍ତି ଶ୍ରୀ ହୃଷିକେଶ, ରସରାଜ ରାସ ରସିକ ।।


କୃଷ୍ଣ ଚୁଡ଼ା ପଳାଶ ରଙ୍ଗେ

ରଙ୍ଗେଇ ହୋଇଛି ପ୍ରକୃତି ହସୁଛି

ରଞ୍ଜଇ ମନକୁ ତା’ର ସୁବେଶ, ରସରାଜ ରାସ ରସିକ ।।


ମାଧବୀ ମାଳତୀ ମଲ୍ଲିକା

ପ୍ରଷ୍ଫୁଟିତେ ରଚଇ କି ପ୍ରହେଳିକା

ଗୁଣୁ ଗୁଣୁ ତାନେ ଗାଏ ମଧୂପ, ରସରାଜ ରାସ ରସିକ ।।


ପ୍ରେମ ରୁତୁ ବସନ୍ତ କାଳ

ଉଚ୍ଛନ୍ନ ଏ ମନ ଜୀବନ ଯୌବନ 

ତନ୍ମୟ କରଇ ତା’ର ସୁବାଷ, ରସରାଜ ରାସ ରସିକ ।।


ପଞ୍ଚମ ରେ କୋଇଲି ଗାଏ

ଭ୍ରମର ଗୁଞ୍ଜନ ବୀଣା ସ୍ଵର ସମ

ଉନ୍ମାଦିତ ହୁଏ ମନ ଆକାଶ, ରସରାଜ ରାସ ରସିକ ।।


ଫଗୁଣରେ ରଙ୍ଗ ବରଷେ

ଭେଦାଭେଦ ଭୁଲି ରଙ୍ଗେଇ ହୁଅନ୍ତି

ସବୁରି ମନକୁ କରେ ହରସ,ରସରିଜ ରାସ ରସିକ ।।


ଦୋଳେ ରାଧା ଗୋବିନ୍ଦ ରଙ୍ଗେ

ରଙ୍ଗ ଖେଳୁଛନ୍ତି ଘର ଘର ବୁଲି

ଚାଚେରୀ ଭୋଗରେ ହୁଅନ୍ତି ତୋଷ, ରସରାଜ ରାସ ରସିକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy