STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

କୃଷ୍ଣସ୍ତୁ  ଭଗବାନ ସ୍ଵୟଂ

କୃଷ୍ଣସ୍ତୁ  ଭଗବାନ ସ୍ଵୟଂ

1 min
303


ଦ୍ଵାପର ଯୁଗରେ କୃଷ୍ଣ ଅବତାରେ

ଆକର୍ଷଣ ଥିଲା ମୋହ

ଜଡ ରୁ ଜୀବ,ସ୍ଥାବର ରୁ ଜଙ୍ଗମ

ମାନବ ରୁ ଯକ୍ଷ ରକ୍ଷ

ଦେବତା ପର୍ଯ୍ୟନ୍ତ ସର୍ବେ ଆକର୍ଷିତ

ସକଳ ଅରକ୍ଷ ରକ୍ଷ

ଆକର୍ଷଣ ଶକ୍ତି ରେ ସକ୍ଷମ କୃଷ୍ଣ

କଳା ପ୍ରିୟ ଅଧୀଶ୍ଵର

ସକଳ କଳାର ସ୍ଵୟଂ ସମାହାର

ସଚରାଚର ବିଶ୍ଵର


କଳା ଅବା ଆବେଶ ଜଡ଼ିତ ପ୍ରାୟ 

ଅନ୍ୟ ସବୁ ଅବତାରେ

ପରନ୍ତୁ ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ

ପୂର୍ଣ୍ଣତା ସବୁ ପ୍ରକାରେ

ଅନନ୍ତ ଐଶର୍ଯ୍ୟ, ବଳ,ଯଶ ଓ ଶ୍ରୀ

ଜ୍ଞାନ ପୁଣି ବୈରାଗ୍ୟ ର

ଜୀବନ୍ତ ମୂର୍ତ୍ତି ସ୍ଵୟଂ ଶ୍ରୀକୃଷ୍ଣ ସର୍ବ 

ଅବତାର ସମାହାର

ପ୍ରାରମ୍ଭ ଠୁ ଲୀଳାବସାନ ପର୍ଯ୍ୟନ୍ତ

ସବୁ କାର୍ଯ୍ୟ ଅଲୌକିକ

ଚମକ୍ତାର ପ୍ରାୟ ଭରି ରହିଥିଲା

ସର୍ବ ଶକ୍ତିର ପ୍ରତୀକ

ସବୁ ହରାଇବା ପରେ ଖୁସି ଥିବା

ଭାବ କୃଷ୍ଣ ଜୀବନରେ

ମାନବୀୟ ଲୀଳା ଜୀଇଁବାର କଳା

ଭବ୍ୟ କୃଷ୍ଣ ଅବତାରେ

ସର୍ବେ କୃଷ୍ଣ ନାମ-ଗୁଣ ର ମହିମା

ବର୍ଣ୍ଣନାରେ ଅସମର୍ଥ

ଚାରି ମୁଖେ ବ୍ରହ୍ମା, ପଞ୍ଚ ମୁଖେ ଶିବ

ଦେବରାଜ ବି ପରାସ୍ତ

ଆକର୍ଷଣ ଶକ୍ତିର ସର୍ବ ଶ୍ରେଷ୍ଠ ଉତ୍ସ

ପରଂବ୍ରହ୍ମ କୃଷ୍ଣ ସ୍ଵୟଂ


ବୈକୁଣ୍ଠାଧିପତି ନାରାୟଣ ପୂର୍ଣ୍ଣ

ଭବ୍ୟ ଷାଠିଏ କଳାରେ

କୃଷ୍ଣ ସ୍ୱୟଂ ଭଗବାନ କଳା ପୂର୍ଣ୍ଣ

ଚଉଷଠି ଟି କଳାରେ

ଜଗନ୍ନାଥଙ୍କର ଷୋଳ କଳା ଠାରୁ

ଚାରି ଗୁଣ କୃଷ୍ଣଙ୍କର

ସକଳ କଳା,ଗୁଣ,ଚେତନା,ଧର୍ମ

ଅନନ୍ତ ପରମେଶ୍ବର 

ଭଗବାନଙ୍କର ସ୍ବରୂପ ଦର୍ଶନ

ଦେବକୀ ଓ ବସୁଦେବ

ଉଗ୍ରସେନ,ଯଶୋଦା ପୁଣି ଅର୍ଜ୍ଜୁନ

ପ୍ରତ୍ୟକ୍ଷରେ ଅନୁଭବ

ରାଧା ନାମ ସହ କୃଷ୍ଣ ଭଗବାନ

ରାଧାକୃଷ୍ଣ ଶ୍ରେଷ୍ଠ ନାମ

ରାଧା ଉଚ୍ଚାରଣେ କୃଷ୍ଣ ବିଦ୍ୟମାନ

କଳି କାଳେ ମୋକ୍ଷ ନାମ

ସ୍ଵୟଂ ଶ୍ରୀକୃଷ୍ଣ ବ୍ରହ୍ମାଣ୍ଡ ନାୟକଙ୍କ

ଲୀଳା କଥା ଶ୍ରବଣରେ

ଭବ ବାଧା କରେ ନାହିଁ ସ୍ପର୍ଶ ପ୍ରାୟ

ଉଲ୍ଲେଖ ଧର୍ମ ଗ୍ରନ୍ଥରେ

କୃଷ୍ଣ ଅପରିମିତ ଓ ଅସୀମିତ

ସହଜ ନୁହେଁ ବର୍ଣ୍ଣନ

ଦୀପ ସମ ହେବ ସୂର୍ଯ୍ୟ ସମ୍ମୁଖରେ 

ଯଦି ହୋଇବ ଲିଖନ

କୃଷ୍ଣ ହିଁ କଳିରେ କାଳିଆ ସାଆନ୍ତ

ଜଗତର ଜଗନ୍ନାଥ

ସଂସାର ର ମୋହ ମାୟା ଚ୍ଛିନ୍ନ ହେଉ

ହୃଦୟରୁ ପ୍ରଣିପାତ ।



Rate this content
Log in

Similar oriya poem from Abstract