STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଅଧେ ଆପଣା ଅଧେ ପର

ଅଧେ ଆପଣା ଅଧେ ପର

1 min
363


ମଣିଷ ସହଜେ ସାମାଜିକ ପ୍ରାଣୀ

ରହି ସମାଜ ଭିତରେ

ପରସ୍ପର ପ୍ରତି ପରିଚୟ ପୁଣି

ସମ୍ପର୍କ ସ୍ଥାପନ ଧାରେ

ସମଭାବାପନ୍ନ ଚିନ୍ତାଧାରା ପ୍ରାୟ

ଅଭାବ ପରିଲକ୍ଷିତ

ଅନ୍ୟ ସୁଖ ଶିରି ମନରେ ଅସହ୍ୟ

ଈର୍ଷା ଭାବ କ୍ରମେ ଜାତ

ଗାଁ ପରିବେଶ ସମ୍ପୂର୍ଣ୍ଣ ନିଆରା

ଭାଇଚାରା ମନୋଭାବ

ସୁଖରେ ଦୁଃଖରେ ସହଭାଗିତାରେ

ସମସ୍ୟା ହୁଏ ଲାଘବ

ତଥାପି ଅନ୍ୟର ବାହ୍ୟ ଆଡମ୍ବର

ଅବା ଚାକ ଚକ୍ୟ ଧାରେ

ଅହେତୁକ ଈର୍ଷା ମନୋଭାବ ଜାତ

ପାଖ ପଡ଼ୋଶୀ ମନରେ

ଗ୍ରାମ୍ୟ ପରମ୍ପରା ଅବା ବିଧାନର 

ବ୍ୟତିକ୍ରମ ହେବା ଜାଣି

ଗ୍ରାମ୍ୟ କମିଟିର ନିଷ୍ପତ୍ତି ବଳରେ

ଦୋଷ ଭାବେ ଗଣା ପୁଣି

ନିଆଁ ପାଣି ମନା ଦଣ୍ଡ ସ୍ଵରୁପରେ 

ଏକ ଘରିଆ ସିଦ୍ଧାନ୍ତ

ଅଧେ ସମର୍ଥନ ଅଧେ ବିରୋଧରେ

ଦୋଷୀ ହୁଏ ହନ୍ତସନ୍ତ

ତଥାପି ଆବେଗ ଥାଏ ହୃଦୟରେ 

ବିରୋଧୀଙ୍କ ସମ୍ମୁଖରେ

ଏକାକୀ ବଞ୍ଚିବା ସଂଘର୍ଷ ସହିତ

ସେଇ ପରିବେଶ ଧାରେ

ପୂଜା ପର୍ବ ଯାତ୍ରା ମେଳା ସ୍ଥଳେ

ଅଧା ଅଧା ସମର୍ଥନ

ସେଇ ଅଧେ ଭାଗ ସହିତରେ

ଖୁସିରେ ବିତେ ଜୀବନ


ସଭ୍ୟତାର କ୍ରମ ବିକାଶ ଧାରାରେ

ବଦଳିଛି ଗାଆଁ ଦୃଶ୍ୟ

ସହରୀ ଢାଞ୍ଚାରେ ଜୀବନ ଯାପନ

ବିପର୍ଯ୍ୟସ୍ତ ପରିବେଶ 

ଅଧେ ଆପଣାର ଅଧେ ପୁଣି ପର

ଗାଆଁ ଅବା ସହର ରେ

ସମଭାବାପନ୍ନ ଅଭାବ ପ୍ରାୟତଃ 

ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ

ଘର ପାଖେ ଘର ପଡ଼ୋଶୀ ଯଦିଓ

ପରସ୍ପରକୁ ଅଜଣା 

ସଞ୍ଜ ସକାଳେ ଦେଖା ହୁଏ ନିତି 

ଦେଖି ଅଦେଖା ବାହାନା

ଅଧେ ଆପଣାର ଅବା ଅଧେ ପର

ଅଛି ପ୍ରବାଦ ରୂପରେ

ବାସ ସ୍ଥାନ ରୂପେ ଘର ଯହିଁ ଥାଉ

ଅଚିହ୍ନା ହିଁ ସବୁଠାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract