STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଦେବ ଦୀପାବଳୀ

ଦେବ ଦୀପାବଳୀ

1 min
315

    ଦେବ ଦୀପାବଳୀ 

ଦେବ ଦୀପାବଳି ହେଉଛି ପାଳନ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ

ଦୀପ ଦାନ ବିଧି ନିଷ୍ଠାର ସହିତ

ମାତ୍ର ନିର୍ଦିଷ୍ଟ ତିଥିରେ

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଠାରୁ

ଲାଗି ଲାଗି ତିନି ଦିନ

ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ହୁଏ

ବିଧାନ ରେ ଦୀପଦାନ

ଅଦିତି କଶ୍ୟପ ଙ୍କୁ ଚତୁର୍ଦ୍ଦଶୀ ଦିନ

ଲାଗି ହୁଏ ଦୀପଦାନ

ଦଶରଥ କୌଶଲ୍ୟା ନନ୍ଦ ଯଶୋଦା 

ବସୁଦେବ ଦେବକୀ ଙ୍କ 

ପୂର୍ବ ପିତାମାତା ଅମାବାସ୍ୟା ଦିନ

ଦୀପ ଦାନ ନିର୍ଣ୍ଣାୟକ 

ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କୁ

ଶୁକ୍ଳ ପ୍ରତିପଦା ଦିନ

ଶ୍ରାଦ୍ଧ ବେଶରେ ରହନ୍ତି ଶ୍ରୀଜିଉ

ହୋଇଥାଏ ଦୀପ ଦାନ


ମାନବୀୟ ଲୀଳା ପ୍ରକଟ ହେଉଛି

ରତ୍ନ ସିଂହାସନେ ବସି

ଦେବ ଦୀପାବଳୀ ପାଳନ ହେଉଛି

ଶ୍ରାଦ୍ଧ ବେଶ ରେ ହରଷି

ଆଦ୍ୟ ପ୍ରଭାତରୁ ପହୁଡ଼ ପର୍ଯ୍ୟନ୍ତ

ରାଜକୀୟ ଠାଣୀ ସହ

ଦେବ ଦୀପାବଳି ନାମରେ ପାଳନ

ଦୀପ ଦାନ ଶ୍ରଦ୍ଧା ସହ


ଶ୍ରୀଜଗନ୍ନାଥଙ୍କ ସାଧାରଣ ବେଶ 

ପିନ୍ଧି ସୂତା ଶ୍ଵେତବସ୍ତ୍ର 

ସ୍ୱର୍ଣ୍ଣ ଅଳଙ୍କାର ଆଭୂଷଣ ଥାଇ

ଦର୍ଶନ କରନ୍ତି ଭକ୍ତ 

ପ୍ରଭୁଙ୍କର ଲୀଳା କିଏ ବା ବର୍ଣ୍ଣିବ

ସ୍ଵୟଂ ପ୍ରଭୁ ଲୀଳାମୟ

ମାନବୀୟ ଲୀଳା ଦର୍ଶନ କରିଲେ

ସର୍ବ ପାପ ହୁଏ କ୍ଷୟ


ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ

ହୋଇଥାନ୍ତି ଶ୍ରାଦ୍ଧ ବେଶ 

ପୂର୍ବ ଜନ୍ମର ପିତାମାତା ଉଦ୍ଦେଶ୍ୟେ

ଶ୍ରାଦ୍ଧ ପାଇଁ ଶ୍ରାଦ୍ଧ ବେଶ

ମନୁଷ୍ୟ ଯେପରି ପିତୃପୁରୁଷଙ୍କ

କରେ ଶ୍ରାଦ୍ଧ ଦୀପ ଦାନ

ଶ୍ରୀଜଗନ୍ନାଥଙ୍କ ନୀତି ମାନବୀୟ

ମାନବ ରୀତି ପାଳନ


ସତ୍ୟ ଯୁଗେ ନୃସିଂହ ପୁଣି ବାମନ 

ଶ୍ରୀବିଷ୍ଣୁଙ୍କ ଅବତାର

ଆଶ୍ଚର୍ଯ୍ୟ ଲୀଳା ହୋଇଲା ପ୍ରକାଶିତ

ରକ୍ଷା ହୋଇଲା ଧର୍ମର

ତ୍ରେତୟାରେ ଶ୍ରୀରାମ ଅବତାରରେ

ପ୍ରକଟ ଔଦାର୍ଯ୍ୟ ଲୀଳା

ଦ୍ଵାପରରେ ଶ୍ରୀକୃଷ୍ଣ ଅବତାରରେ

ମର୍ତ୍ତ୍ୟରେ ମାଧୂର୍ଯ୍ୟ ଲୀଳା

କଳି କାଳେ ଜଗନ୍ନାଥଙ୍କ ଦୈନିକ

ଐଶ୍ୱର୍ଯ୍ୟ ଲୀଳା ମାନ୍ୟତା

ତିନି ଯୁଗରେ ସୌର୍ଯ୍ୟତା ପ୍ରକାଶିତ

କଳି କାଳେ ଉଦାରତା           

ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ

ବିଷ୍ଣୁ ରୂପୀ ତିନି ଯୁଗେ

ଶ୍ରୀ ନୃସିଂହ ସ୍ବତଃ ହେଲେ ଆବିର୍ଭାବ

ଆଶ୍ଚର୍ଯ୍ୟ ରେ ସତ୍ୟ ଯୁଗେ

ଧନ୍ୟ ମହାପ୍ରଭୁ ମହିମା ତାଙ୍କର

ତିଥି ଅନୁଯାୟୀ ବିଧି

ସେହି ରୀତି ନୀତି ଦର୍ଶନ ସହିତ 

ତର ଏ ଭବ ବାରିଧି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract