STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ଶ୍ରୀହରି

ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ଶ୍ରୀହରି

1 min
224


ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ଶ୍ରୀହରି, 

     ଆପଦେ ବିପଦେ ପ୍ରଭୁ ରଖନ୍ତି ତାରି।

ପଦ ପଙ୍କଜରେ ତାଙ୍କ କରୁଛି ଅଳି,

    ଦୁଃଖ କଷ୍ଟ ଯେତେ ସିଏ ଦିଅନ୍ତୁ ଟାଳି।

ମହାପ୍ରଭୁ ଜଗନ୍ନାଥ ଜଗତେ ଏକା,

      ଶୋକରୁ ଭକ୍ତକୁ ସଦା କରନ୍ତି ରକ୍ଷା।

ପାପୀଙ୍କୁ ସଂହାରି ଭବେ ରଖନ୍ତି ଧର୍ମ,

     ସାଧୁ ସନ୍ଥ ପାଳି ସ୍ନେହେ ବୁଝନ୍ତି ମର୍ମ।

ପରଂବ୍ରହ୍ମ ପରମାତ୍ମା ଜଗତ ଗୁରୁ,

     ଯେତେ ପ୍ରକାଶ ହୁଅଇ ତାଙ୍କରି ଠାରୁ।

ସୂର୍ଯ୍ୟ ଚନ୍ଦ୍ର ଦୁଇ ଆଖି ସର୍ବଦା ଖୋଲି,

     ଦେଖନ୍ତି ସାରା ବ୍ରହ୍ମାଣ୍ଡ ସେ ବୁଲି ବୁଲି।

ଆକାଶ ସାଗର ତାଙ୍କ ଅନନ୍ତ କାୟା,

      ସୃଷ୍ଟିର ସ୍ଥିତି ସବୁତ ତାଙ୍କର ଛାୟା।

ପଞ୍ଚଭୂତ ଆଜ୍ଞାବହି କରନ୍ତି କାର୍ଯ୍ୟ,

   ଯାହାକୁ ଯାହା ଦାୟିତ୍ଵ ହୋଇଛି ଧାର୍ଯ୍ୟ।

ଜୀବର ଜୀବନ ଲାଗି ଯୋଗାନ୍ତି ସବୁ,

    ତାଙ୍କ ବିନା ରକ୍ଷାକର୍ତ୍ତା ନାହିଁ କେ ଆଉ।

ପାପ ପୁଣ୍ୟ ଦେଖି ସବୁ ଦିଅନ୍ତି ଫଳ,

     ସତ୍କର୍ମ କରେ ଯେ ହୁଏ ତାର ମଙ୍ଗଳ।

ବିଧିର ବିଧାନ ସିଏ ଜଗତ ହିତେ,

    କରନ୍ତି ସଂସାର ରକ୍ଷା ସେ ଅବିରତେ।

ପ୍ରାରବ୍ଧକୁ ନେଇ ଲେଖି ଦିଅନ୍ତି ଭାଗ୍ୟ,

   ସାତ୍ତ୍ୱିକ କରମେ ଜଣେ ହୁଅଇ ଯୋଗ୍ୟ।

ଜଗତ କଲ୍ୟାଣେ ରହି କରେ ଯେ କର୍ମ,

      ପ୍ରାରବ୍ଧ ଖଣ୍ଡନ ହୁଏ ପାଳିଲେ ଧର୍ମ।

ବିଶ୍ଵ ବ୍ରହ୍ମାଣ୍ଡ ପାଳନ୍ତି ପ୍ରଭୁ ଶ୍ରୀହରି,

      ପବିତ୍ର ମନେ ଭକତ କରେ ଗୁହାରି।

ଶୁଣନ୍ତି ସେ କର୍ଣ୍ଣ ଡେରି ଦୁଃଖ ସବୁରି,

        ପତନରୁ ପତିତକୁ ରଖନ୍ତି ତାରି।

ସେ ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ,

       କରୁଣା କରନ୍ତୁ ହସୁ ଏ ଧରାଧାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama