STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବରାହ ଅବତାର

ବରାହ ଅବତାର

1 min
392


ବିଷ୍ଣୁଙ୍କ ତୃତୀୟ ଅବତାର ରୂପ

ଏକ ବରାହ ରୂପରେ

ଦୈତ୍ୟ କବଳରୁ ରକ୍ଷା ହେଲା ପୃଥ୍ୱୀ 

ଥିଲା ପ୍ରଳୟ ଜଳରେ

ରୋଚକ ବୃତ୍ତାନ୍ତ ଏହି ଅବତାରେ 

ସ୍ପଷ୍ଟ ଭାବରେ ବର୍ଣ୍ଣନ

ବିଭିନ୍ନ ପୁରାଣ ଭିନ୍ନ ମତ ଧାରେ

ପ୍ରାୟତଃ ଅଛି ଚିତ୍ରଣ

ବ୍ରହ୍ମା ବର ବଳେ ହୋଇ ବଳୀୟାନ 

ହିରଣାକ୍ଷ୍ୟ କ୍ରମେ ବ୍ରହ୍ମା ବର ପାଇ

ବିତ୍ପାତ କଲା ସ୍ଵର୍ଗରେ

ପୃଥିବୀ ସମେତ ସମସ୍ତ ସୃଷ୍ଟିକୁ

ଲୁଚାଇ ଥିଲା ଅଚିରେ

ହିରଣାକ୍ଷ୍ୟ ଦୈତ୍ୟ ପରାକ୍ରମ ବଳେ

ଭୟଭୀତ ଦେବଗଣ 

ନାରାୟଣ ପାଶେ ପ୍ରାର୍ଥନା ପୂର୍ବକ

ରକ୍ଷା ଅର୍ଥେ ନିବେଦନ


ବ୍ରହ୍ମାଙ୍କର ନାସିକା ରୁ ଜାତ ହେଲା

ବିଷ୍ଣୁଙ୍କ ନିର୍ଦ୍ଦେଶ ଧାରେ

ବିଷ୍ଣୁଙ୍କର ରୂପ ବରାହ ଆକାରେ

ପ୍ରକଟ ହେଲା ଅଚିରେ

କାଳ କ୍ରମେ ସ୍ଵୟଂ ବିରାଟ ଆକାରେ 

ପ୍ରବେଶି ଜଳ ଭିତରେ

ଭୟଙ୍କର ଯୁଦ୍ଧ ପରେ ହିରଣାକ୍ଷ୍ୟ 

ନିହତ ହେଲା ଅଚିରେ

ବରାହ ରୂପୀ ସେ' ବିଷ୍ଣୁଙ୍କ ଦନ୍ତରେ

ପୃଥିବୀ ହେଲା ଉଦ୍ଧାର

ସୃଷ୍ଟି ରକ୍ଷା ଅର୍ଥେ ବରାହ ରୂପରେ 

ବିଷ୍ଣୁ ସ୍ଵୟଂ ଅବତାର


କାଳିକା ପୁରାଣ କହେ ଭିନ୍ନ କଥା

ପୃଥିବୀ ଉଦ୍ଧାର ପରେ

ବରାହ କ୍ରମଶଃ କଲେ ବିଚରଣ

ରହି ଏ ମର୍ତ୍ତ୍ୟ ଭୂମିରେ

ଶିବଙ୍କ ନିକଟେ ପୃଥିବୀ ନିଜର

ଦୁଃଖ କଥା ଜଣାଇଲେ

ଅନ୍ତର୍ଦ୍ଧାନ ହୋଇ ସେ ବରାହ ରୂପ

ପର୍ବତ ମଧ୍ୟେ ରହିଲେ 

କ୍ରମେ ବରାହ ଓ ଧରଣୀ ଦେବୀଙ୍କ 

ସହିତ ହେଲା ମିଳନ

ତିନି ପୁତ୍ର କ୍ରମେ ଜାତ ହେଲା ପରେ

କଲେ ମର୍ତ୍ତ୍ୟରେ କମ୍ପନ

ବ୍ରହ୍ମାଙ୍କୁ ଜଣାଇ ବରାହ ରୂପକୁ

ତ୍ୟାଗ ସହ ସ୍ୱେଚ୍ଛା ମୃତ

ଯୋଜନା ସେପରି ହୋଇଲା ଭିଆଣ

ସଭିଏଁ ହୋଇଲେ ହତ 


ମୁଖ୍ୟ ଚରିତ୍ର ସେ ଜୟ ଓ ବିଜୟ

ଥିଲେ ସ୍ୱର୍ଗେ ଦ୍ଵାରପାଳ

ସନକାଦି ଋଷି ପ୍ରତି ବ୍ୟବହାର

କ୍ରମେ ହେଲା ପ୍ରତିକୁଳ 

ବ୍ରହ୍ମା ଅଭିଶାପ ପାଇ ଦୁଇ ଭାଇ

ଦୈତ୍ୟ କୁଳେ ହେଲେ ଜାତ 

କ୍ରମେ ଯୁଗ ଯୁଗ ଧରି ସେହି ଶାପ 

ରହିଥିଲା କ୍ରମାଗତ

ହିରଣାକ୍ଷ୍ୟ ଏବଂ ହିରଣ୍ୟ କଶ୍ୟପୁ 

ସତ୍ୟ ଯୁଗେ ଦୁଇ ଦୈତ୍ୟ

ରାବଣ ଓ କୁମ୍ଭକର୍ଣ୍ଣ ଦୁଇ ଭାଇ

ତ୍ରେତୟାରେ ହେଲେ ଜାତ 

ଶିଶୁପାଳ ଓ ଦନ୍ତବକ୍ର ନାମରେ

ଜନ୍ମି ଦ୍ଵାପର ଯୁଗରେ

ଜୟ ଓ ବିଜୟ ସେହି ଦ୍ଵାରପାଳ

ଦୃଶ୍ୟମାନ ସିଂହଦ୍ୱାରେ 


ମାଘ ମାସ ଶୁକ୍ଳ ଦ୍ଵାଦଶୀ ତିଥିରେ 

ବରାହ ଦ୍ଵାଦଶୀ ନାମେ

ଭକ୍ତି ଭରେ ପୂଜା ଅର୍ଚ୍ଚନା ସହିତ

ଭକ୍ତ ନିଷ୍ଠାରେ ପ୍ରଣମେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract