STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ଭକ୍ତି ଭାବ ସର୍ବୋପରି

ଭକ୍ତି ଭାବ ସର୍ବୋପରି

1 min
344


ଧର୍ମ ସଂସ୍ଥାପନା, ଭକ୍ତ ମନୋବଞ୍ଛା 

ପୁର୍ଣ୍ଣତା ପରିପ୍ରେକ୍ଷୀରେ 

ସ୍ୱୟଂ ବିଷ୍ଣୁ ଭିନ୍ନ ଭିନ୍ନ ଅବତାରେ 

ପ୍ରକଟ ଧରା ଧାମରେ

ପ୍ରତି ଯୁଗେ ଭକ୍ତ ପ୍ରତି ନିବିଡତା 

ଭକ୍ତ ମନୋଭାବ ଧାରେ

ଦର୍ଶନ ସହିତ ସୁରକ୍ଷା ବଳୟ 

ପ୍ରଦାନ ଭକ୍ତ ହିତରେ


ସତ୍ୟ ଯୁଗେ ଭକ୍ତ ପ୍ରହଲ୍ଲାଦ ଭକ୍ତି

ଅଚିରେ ହେଲା ଗ୍ରହଣ

ହିରଣ୍ୟ କଶିପୁ ନିଧନ ସହିତ

ରକ୍ଷା ହେଲା ଭକ୍ତ ପ୍ରାଣ

ଅସହାୟ ଗଜ ,ମୃଗୁଣୀ ଓ ଧ୍ରୁବ

ଭକ୍ତି ଭରା ପ୍ରାର୍ଥନାରେ

ସ୍ଵୟଂ ବିଷ୍ଣୁ ଆପେ ଭକ୍ତି ବଳେ ବଶ 

କୃପା ଦୃଷ୍ଟି ଭକ୍ତି ଧାରେ


ତ୍ରେତୟା ଯୁଗର ଭକ୍ତ ଶ୍ରେଷ୍ଠ ହନୁ 

ଶ୍ରୀରାମଙ୍କ ଆଜ୍ଞାକାରୀ 

ଯୁଗ ଯୁଗ ଧରି ଭକ୍ତ ହନୁମାନ

ପୂଜନୀୟ ସର୍ବୋପରି


ଦ୍ଵାପର ଯୁଗରେ ଅଗଣିତ ଭକ୍ତ

କୃଷ୍ଣ ପ୍ରେମ ଭାବନାରେ

ହଜାଇ ନିଜକୁ ଭାବରେ ମଜିଲେ

କୃଷ୍ଣ ,ଚିନ୍ତା ଚେତନାରେ

ଗୋପେ ଗୋପାଙ୍ଗନା ହୃଦୟରେ ଭକ୍ତି

କୃଷ୍ଣ ପ୍ରେମ ଭାବନାରେ 

ଉଦ୍ଧବ ନିଜକୁ ତୁଚ୍ଛ ବି ମଣିଲେ

ଭକ୍ତି ଦେଖି ଗୋପ ପୁରେ

ଦ୍ରୌପଦୀ,ବିଦୁର ,ଅକ୍ରୁର ସହିତ

ଅଗଣିତ ବ୍ରଜ ନାରୀ

କୃଷ୍ଣ ନାମ ହୃଦେ ଧ୍ୟାୟି ନିରନ୍ତର

ଭକ୍ତି ଭାବ ସର୍ବୋପରି


କଳି କାଳେ ବିଷ୍ଣୁ ଦାରୁ ବ୍ରହ୍ମ ରୂପେ

ଶ୍ରୀ କ୍ଷେତ୍ରରେ ଲୀଳା ରତ 

ପାପୀ ତପି ସର୍ବେ ଭକ୍ତ ଭାବ ଧାରେ

ଦର୍ଶନ ବିଧି ସଙ୍ଗତ

ରାଜା ଇନ୍ଦ୍ରଦ୍ୟୁମ୍ନ,ଜଗନ୍ନାଥ ଦାସ

ନିତ୍ୟାନନ୍ଦ ଶ୍ରୀ ଚୈତନ୍ୟ

ଜଗନ୍ନାଥଙ୍କର ପରମ ଭକତ

ହୃଦେ ଭକ୍ତି ଥିଲା ପୂର୍ଣ୍ଣ

ଅଚ୍ୟୁତ,ଦାସିଆ ଓ ବନ୍ଧୁ ମହାନ୍ତି

ବଳରାମ ସାଲବେଗ 

ଭକ୍ତି ଭାବ ଧାରେ ପ୍ରାୟତଃ ତନ୍ମୟ 

ହୃଦେ ଭକ୍ତିର ଆବେଗ


ଦେବକୀ,ବସୁଦେବ ଓ ଉଗ୍ରସେନ

ଯଶୋଦା ପୁଣି ଅର୍ଜ୍ଜୁନ 

ଭକ୍ତି ଭାବ ସହ କୃଷ୍ଣ ପ୍ରତି ପ୍ରେମ

ଭାବରେ ଥିଲେ ତଲ୍ଲିନ 

ଚତୁର୍ଭୁଜ ଅବା ବିଶ୍ଵ ରୂପ ଧାରେ

ଦର୍ଶନ ହେଲା ଅଚିରେ

ଭାବର ଠାକୁର ବିହ୍ବଳ ପ୍ରାୟତଃ 

ଭକ୍ତି ଦେଖି ହୃଦୟରେ 

ଜ୍ଞାନ ,ଦାନ,ତପସ୍ୟା ବା ଯଜ୍ଞ 

ଭକ୍ତି ଭାବ ବିନା ତୁଛ

ହୃଦୟ ନିର୍ମଳ ବିନା ଭକ୍ତି ଭାବ

ଦେଖାଣିଆ ପୁଣି ମିଛ

ଭକ୍ତି ଭାବ ନିଷ୍ଠା ସହିତ ବିଶ୍ୱାସ

ଥିଲା ସବୁରି ମୂଳରେ

ନବଧା ଭକ୍ତିର ପନ୍ଥା ଆବଶ୍ୟକ

ଭକ୍ତି ଭାବ ଧାରା ଧାରେ

ସାକାର ହେଉ ବା ନିରାକାର ବ୍ରହ୍ମ 

ଭକ୍ତି ଭାବ ସର୍ବାଗ୍ରରେ 

ଭକ୍ତି ଭାବ ଏକା ଭକ୍ତର ସମ୍ବଳ

ଚିନ୍ତନ ହେଉ ହୃଦରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama