STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ତୁମେ ଥାଉଁ ଥାଉଁ ହେ ଜଗନ୍ନାଥ

ତୁମେ ଥାଉଁ ଥାଉଁ ହେ ଜଗନ୍ନାଥ

1 min
342


    ତୁମେ ଥାଉଁ ଥାଉଁ ହେ ଜଗନ୍ନାଥ 

       ( ରାଗ -- ରସକୁଲ୍ୟା )


  🖊️କବିରତ୍ନ ନୂତନ କୁମାର ବେହେରା 


ତୁମେ ଥାଉଁ ଥାଉଁ ହେ ଜଗନ୍ନାଥ 

       ହେବି ମୁଁ କାହିଁକି ଭବେ ଅନାଥ ?

ହୃଦୟରେ ରହି ଦେଖାଅ ପଥ 

     ଚାଲୁଅଛି ମୋର ଶରୀର ରଥ ସେ,

ତୁମେ ମୋ ସାହା ଭରସା ଯେ,

     ବିପଦ ବେଳରେ ଦୟା କର ବାରେ 

ତୁମଠି ରଖିଛି ଆଶା ଯେ/୧/


ଦେଇଛ ଶକତି କରେ ଭକତି 

       ତୁମ ପାଦେ ମୋର ସବୁ ମିନତି,

କରେ ମୁଁ ଯେତିକି ପାଏ ସେତିକି 

     ରହି ନାହିଁ କିଛି କେବେ ଅଟକି ସେ,

ମିଳେ ପ୍ରାରବ୍ଧକୁ ନେଇ ଯେ,

      ତୁମେ ପ୍ରଭୁ ବିହି ପାଳୁଅଛ ମହୀ 

ଜଗତେ ଜୀବନ ଦେଇ ଯେ/୨/


ସତ୍ୟ ପଥେ ନିଅ ମୋ ହାତ ଧରି 

        ଇଙ୍ଗିତେ ବୁଝାଅ ଶରଧା କରି,

>ଆତ୍ମା ରୂପେ ଅଛ ଘଟେ ସବୁରି 

     ଆସିଲେ ସଂକଟ ରଖ ଉଦ୍ଧାରି ଯେ,

ଦେଇଛ ବିବେକ ବୁଦ୍ଧି ଯେ,

      ପାଇ ଆତ୍ମଜ୍ଞାନ ଅର୍ଜେ ଯଶ ମାନ 

ଆଣି ଦିଅ ତୁମେ ସିଦ୍ଧି ଯେ/୩/


ତୁମ ସ୍ନେହ ଡୋରେ ବାନ୍ଧିଛ ସୃଷ୍ଟି 

      ତୁମେ ଇଚ୍ଛା କଲେ ମିଳେ ମୁକତି,

ଦିଅ ଲୋଡ଼ା ହୁଏ ଯେବେ ଯେତିକି 

    କେମିତି ଚାହାଁବି ସବୁ ଏକାକୀ ସେ ?

ହେବି ସିନା ସ୍ଵାର୍ଥପର ଯେ,

      ବିଚାରି ଉଚିତ କର ଯେତେ ହିତ 

ତୁମ କରୁଣା ଅପାର ଯେ/୪/


ପିତା ମାତା ଗୁରୁ ଦିଅନ୍ତି ଶିକ୍ଷା 

     ତୁମ ପାଶେ ଭକ୍ତି ଅଟେ ମୋ ଦୀକ୍ଷା,

ସ୍ତୁତି କରେ ନିତି କରୁଛ ରକ୍ଷା 

   ଚାହଁ ଯେବେ ତୁମେ କର ପରୀକ୍ଷା ସେ,

ତୁମେ ପ୍ରଭୁ ଇଚ୍ଛାମୟ ଯେ,

        ବିଧିର ବିଧାନ ତୁମ ଆଜ୍ଞାଧୀନ 

ରଖ ସବୁ ନିରାମୟ ଯେ/୫/


    କୋହି,ବାରିପଦା,ମୟୂରଭଞ୍ଜ।



Rate this content
Log in

Similar oriya poem from Drama