STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ମୋହନ ମୂରତି

ମୋହନ ମୂରତି

1 min
395


କାବ୍ୟ କବିତାରେ କବିଙ୍କ କଳ୍ପନା

ଅବା ଶାସ୍ତ୍ର ଆଧାରରେ

ପ୍ରଭୁଙ୍କ ମୋହନ ମୂରତି ବର୍ଣ୍ଣନା 

ଅନୁମେୟ ସହଜରେ 

ଶରତ ରାସ ବା ବସନ୍ତ ରାସ ରେ

ପୁଣି ରତନ ବେଦିରେ

ମୋହନ ମୂରତି ରୂପ ବର୍ଣ୍ଣନାରେ

ମନ ମୋହି ଯାଏ ଧିରେ

ରାଧାଙ୍କ ମୋହନ ମୀରା ହୃଦ ରତ୍ନ

ମୋହିତ ଭକ୍ତର ପ୍ରାଣ

ସେ ରୂପ ଦର୍ଶନେ ଭକ୍ତି ପ୍ରେମ ଭାବ

ଅବଶ୍ୟ ଅଟେ କାରଣ


ହୃଦେ ଭକ୍ତି ସହ ପ୍ରେମ ଭାବ ଧାରେ

ମୋହନ ଭାବ ଯଥାର୍ଥ

ଭକ୍ତି ଅବା ପ୍ରେମ ଭାବ ବିନା ନୁହେଁ 

ମୋହନ ଭାବର ତତ୍ତ୍ୱ 

ଦ୍ଵାପର ଯୁଗରେ କୃଷ୍ଣ ଅବତାରେ 

ମୋହନ ମୂରତି ତଥ୍ୟ

ରାଧା ସଙ୍ଗେ ପୁଣି ଗୋପୀ ଗୋପାଙ୍ଗନା 

ମୋହ ହେବା କଥା ସତ

ତ୍ରିଭଙ୍ଗିମା ଠାଣି ସାଥେ ଆଭୂଷଣ

ମୟୂର ଚୂଳ ଶିରରେ 

ବାଙ୍କ ବିହାରୀ ସେ ହାତରେ ବଇଁଶୀ

ମୋହ ଧ୍ଵନି ବଂଶୀ ସ୍ଵରେ

ଗୋପେ କେଉଁ ଗୋପୀ କି ରୂପେ ମୋହିତ

ବୁଝିବା ଶକ୍ତି ବାହାରେ

ପ୍ରତି ଗୋପାଙ୍ଗନା ରାସ ରସେ ମାତି

ମୋହିତ ଥିଲେ ଭାବରେ


ମୋହନ ମୋହିତ ଶବ୍ଦର ଜିଜ୍ଞାସା

ଥିଲା ଉଦ୍ଧବ ମନରେ

ମୋହନ ମୂରତି କିପରି କିମ୍ପାଇଁ 

ବୁଝିଲେ ରାଧା ଧାରାରେ

କୃଷ୍ଣ ମୟ ଥିଲା ଗୋପ,ବ୍ରଜ ଭୂମି

ଉଦ୍ଧବ କ୍ରମଶଃ ଜ୍ଞାତ

ହମ୍ବା ରଡ଼ି ଧାରେ କୃଷ୍ଣ ନାମ ଶୁଣି

ଉଦ୍ଧବ ହେଲେ ମୋହିତ

ମୀରା ସ୍ବଚକ୍ଷୁରେ ନ ଦେଖି କୃଷ୍ଣଙ୍କୁ 

ଭାବରେ ହେଲେ ମୋହିତ

ମୋହନ ମୁରଲୀ ପ୍ରତିଧ୍ୱନୀ ପ୍ରାୟ

ହୃଦେ ହେଲେ ଅବଗତ 


ଏଇ ସେ ମୋହନ ମୂରତି କାଳିଆ

ରତ୍ନ ସିଂହାସନେ ବିଜେ

ରାଧା ଅବା ମୀରା ଭାବ ହୃଦେ ଯଦି

ମୋହିତ ଭାବ ସହଜେ

କବି କଳ୍ପନାରେ କଳା ମେଘ ସମ

କାଳିଆର କଳା ମୁଖ

କଳି କାଳେ କଳା ମୋହନ ମୂରତି

ଶ୍ରୀପତି କଳା ଶ୍ରୀମୁଖ

ମୋହନ ମୂରତି ଭାଷାରେ ବର୍ଣ୍ଣନା

ନୁହଁଇ ଏତେ ସହଜ

ମୋହନ ପ୍ରେମରେ ହଜାଇ ନିଜକୁ

ମଣ ନିଜକୁ ସହଜ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract