STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଧ୍ରୁବ ଚରିତ

ଧ୍ରୁବ ଚରିତ

1 min
311


ଉତ୍ତାନପାଦ ସେ ଜନ୍ମ ଲଭି ଥିଲେ 

ମନୁ-ଶତରୂପା କୋଳେ

ସଂଯୋଗ ବଶତଃ ଦୁଇଟି ପତ୍ନୀର

ସ୍ବାମୀ ହେଲେ କାଳ ବଳେ

ସୁରୁଚି,ସୁନୀତି ଦୁଇ ପତ୍ନୀ ନାମ

ଉତ୍ତାନପାଦ ରାଜାଙ୍କ

ସ୍ବାମୀ ତରଫରୁ ପ୍ରେମ ଭାବ ଥିଲା

ସୁରୁଚି ପାଇଁ ଅଧିକ

ସୁରୁଚି ଗର୍ଭରୁ ପୁତ୍ର ଜନ୍ମି ଥିଲା

ଉତ୍ତମ ନାମରେ ଜଣା 

ସୁନୀତି ଗର୍ଭରୁ ଜନ୍ମି ଥିଲେ ଧ୍ରୁବ 

ସ୍ନେହ ପ୍ରେମ ଥିଲା ଊଣା 


ବିମାତା ସୁରୁଚି ଠାରୁ ତିରସ୍କାର ଶୁଣି

ବାଳୁତ ଧ୍ରୁବର କୋହ

ଜନ୍ମଦାତ୍ରୀ ମାତା ସୁନୀତିଙ୍କ ପାଶେ

ବ୍ୟକ୍ତ କରିଲେ ସଂଶୟ

ଧ୍ରୁବ ମନ ଦୁଃଖ ପଛର କାରଣ

ଥିଲା ରାଜ ସିଂହାସନ 

ପୁଣି ପିତା ରାଜା ଉତ୍ତାନପାଦଙ୍କ

କୋଳରେ ମିଲାନି ସ୍ଥାନ


ଶ୍ରିହରି କେବଳ ଏକମାତ୍ର ଆଶା

ଅସାଧ୍ୟ ହୁଏ ସାଧନ

ମାତାଙ୍କ ମୁଖରୁ ହରି ତତ୍ତ୍ଵ ଜାଣି

ଧ୍ରୁବ ସ୍ଥିର କଲେ ମନ

ଘନ ଅରଣ୍ୟର ମଧ୍ୟରେ ପ୍ରବେଶି

ଶ୍ରୀହରି ନାମ ଉଚ୍ଚାରି

ଏକାକୀ ଆକୁଳ ଚିତ୍ତରେ ଡାକିଲେ 

ଉତ୍ତର ନାହିଁ କାହାରି

ସଂଯୋଗ ବଶତଃ ନାରଦ ମହର୍ଷି 

ଦେଖିଲେ ଏକ ବାଳୁତ 

ଶ୍ରୀହରି ନାମରେ ହେଉଛି ବ୍ୟାକୁଳ

ହେଲେ ପାଶେ ଉପସ୍ଥିତ

କଠିନ ତପସ୍ୟା ଅଛି ଆବଶ୍ୟକ

ଶ୍ରୀହରି ଦର୍ଶନ ଧାରେ

ବୁଝାଇ କହିଲେ ନାରଦ ସେଠାରେ

ଫେରି ଯାଅ ନିଜ ପୁରେ


ହିଂସ୍ର ଜନ୍ତୁ ଡର ଭୟ ନାହିଁ ମୋର

କହିଲେ ବାଳୁତ ଧ୍ରୁବ

ଗୁରୁ ମନ୍ତ୍ର ଦାନ କର ହେ ମହର୍ଷି

ଅବଶ୍ୟ ସମ୍ଭବ ହେବ

"ଓଁ ନମଃ ଭଗବତେ ବାସୁଦେବାୟ"

 ଜପ କର ଏହି ମନ୍ତ୍ର

ଶ୍ରୀହରି କରୁଣା ଅବଶ୍ୟ ସମ୍ଭବ

ନାରଦ କରିଲେ ବ୍ୟକ୍ତ

ଅନ୍ତର୍ଦ୍ଧାନ ହେଲେ ନାରଦ ମହର୍ଷି 

ଧ୍ରୁବ ମଗ୍ନ ତପସ୍ୟାରେ

ନିଷ୍ଠା ଓ ତପସ୍ୟା ହରିଙ୍କୁ ସନ୍ତୁଷ୍ଟ

ଦର୍ଶନ ଦେଲେ ଅଚିରେ

ମୁଗ୍ଧ ହେଲେ ଧ୍ରୁବ ଶ୍ରୀହରି ଦର୍ଶନେ 

ମନ ମୋହନ ସେ ରୂପ

ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ପ୍ରଭୁ

ବେଶ ପୁଣି ଅପରୂପ

ଶ୍ରୀହରିଙ୍କ ବରଦାନ ଧ୍ରୁବ ପ୍ରତି

ପ୍ରାପ୍ତ ହେବ ରାଜ ପଦ 

ମୃତ୍ୟୁ ପରେ ସ୍ୱର୍ଗ ଭୁବନେ ରହିବ

ଧ୍ରୁବ ଲୋକ ଏକ ହେବ


କାଳ କ୍ରମେ ଧ୍ରୁବ ପ୍ରାପ୍ତ ହେଲେ ସବୁ

ଭୌତିକ ସୁଖ ସମ୍ପଦ

ମାନ ଓ ସମ୍ମାନ ଲଭିଲେ ଅଚିରେ

ହୃଦେ ଚିନ୍ତି ପ୍ରଭୁ ପାଦ 

ଆକାଶ ମାର୍ଗରେ ଧ୍ରୁବ ତାରା ଦୃଶ୍ୟ

ଅଛି ଯୁଗ ଯୁଗ ଧରି

ଧ୍ରୁବ ପରି ତପ ନିଷ୍ଠା ଭକ୍ତି ଭାବ 

ହୃଦେ ରହୁ ସର୍ବୋପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract