STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ମାର୍ଗଶିର ମାସ ଗୁରୁବାର

ମାର୍ଗଶିର ମାସ ଗୁରୁବାର

1 min
390


  


ମାର୍ଗଶିର ମାସ ଗୁରୁବାର 

         ଘର ଅଗଣା ଲାଗେ ସୁନ୍ଦର,

ସାଜସଜ୍ଜା ହୁଏ ମନୋହର 

      ଲକ୍ଷ୍ମୀ ପାଦ ଚିହ୍ନେ ଶୋଭାକାର,

ଗୋ ତାର 

        ଅଙ୍କା ହୁଏ ଚିତା ବଡ଼ି ଭୋର, 

ସୁମରି ମା'ଙ୍କର ଶ୍ରୀପୟର/୧/


ଓଡ଼ିଆ ଘରର ଭୁଆସୁଣୀ 

        ପ୍ରାତଃ ରୁ ଅବଗାହନ ସାରି,

ଉପବାସେ ରହେ ଶୁଦ୍ଧ ମନେ 

          ଶୁକ୍ଳ ବସ୍ତ୍ର ପରିଧାନ କରି,

ଗୋ ଶିରୀ 

      କାୟ ମନ ବାକ୍ୟେ ରଖେ ଧରି,

ଭକ୍ତିଭାବ ହୃଦେ ଥାଏ ପୂରି/୨/


ମାଆ ମହାଲକ୍ଷ୍ମୀ ମାଣବସା 

       ଓଷା କରେ ମାର୍ଶଶିର ମାସେ,

ଗୁରୁବାର ଶ୍ରେଷ୍ଠ ଦେଇ ମାନ୍ୟ 

<

p>       ନିଷ୍ଠାରେ ପୂଜି ଶୁଭ ମନାସେ,

ଗୋ ପାଶେ 

       ଯଶ ବଢ଼େ ମାଆଙ୍କ ଆଶିଷେ,

ସତ୍ୟ ଧର୍ମେ ପରିବାର ହସେ/୩/


ମାର୍ଗଶିର ମାସ ଗୁରୁବାର 

        ବାର ମଧ୍ୟରେ ଅଟଇ ସାର,

ଅତି ପ୍ରିୟ ମହାଲକ୍ଷ୍ମୀଙ୍କର 

         ପ୍ରସନ୍ନ ହୋଇ ଦିଅନ୍ତି ବର,

ଗୋ ଚିର 

        ତାଙ୍କ ଧ୍ୟାନେ ମନ ନିର୍ବିକାର, 

ଅପାର ଦୁଃଖ ହୁଅଇ ଦୂର/୪/


ସାଗର ଦୁଲଣୀ ଦୟାମୟୀ 

         କୃପା କରନ୍ତି ଶୁଣି ମିନତି,

ପଦ୍ମାସିନୀ ଲକ୍ଷ୍ମୀ ଠାକୁରାଣୀ 

       ସେ ପାଦ ପଙ୍କଜେ ରହୁ ମତି,

ଗୋ ନେତି 

ପବିତ୍ର ପ୍ରାଣେ କରେ ଭକତି/୫/


    


Rate this content
Log in

Similar oriya poem from Drama