STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଭାଗବତରେ ରାଜା ପୃଥୁ

ଭାଗବତରେ ରାଜା ପୃଥୁ

1 min
416


ଧ୍ରୁବ ବଂଶଧର ଅଙ୍ଗ ନାମେ ରାଜା

ସ୍ୱଭାବେ ଧାର୍ମିକ ରାଜା

ଅଙ୍ଗ ପରେ ପୁତ୍ର ବେଣ ହେଲେ ରାଜା

ପ୍ରମାଦ ଗଣିଲେ ପ୍ରଜା

ଅତି ଅମଣିଷ ତଥା ଅବିବେକୀ 

ହେଲା ଯେବେ ରାଜା ବେଣ

ମୁନି ଋଷି ତଥା ବ୍ରାହ୍ମଣ ଶାପରେ

ଆପେ ହୋଇଲା ନିଧନ

ନିଜ ମୃତ ପୁତ୍ର ବେଣ ଶରୀରକୁ 

ମାତା କଲେ ସରଂକ୍ଷିତ

ରାଜା ବିନା ବହୁ ଦିନ ଧରି ରାଜ୍ୟ 

କ୍ରମେ ହେଲା ଉପେକ୍ଷିତ


ମୃତ ବେଣ ଉର ଦେଶ ମନ୍ଥନରେ 

ପୁତ୍ର ଏକ ହେଲା ଜାତ

ଭୟଙ୍କର ରୂପ ଦେଖି ସେ ପୁତ୍ରର 

ନିଷାଦ ବଂଶ ନାମିତ

ପୁଣି ବାହୁ ଯୁଗ୍ମ ମନ୍ଥନ କ୍ରମରେ

ସ୍ତ୍ରୀ ପୁରୁଷର ଜାତ  

ରାଜା ରାଣୀ ଭାବେ ରହିଲେ ଉଭୟେ

ରାଜ୍ୟ ହୋଇଲା ଶାସିତ


ଅରାଜକତା ଥିଲା ରାଜ୍ୟ ମଧ୍ୟେ 

ବେଣ ରାଜା ସମୟରେ

ଧର୍ମ ବିନା ହୋଇ ଥିଲା ଶସ୍ୟ ହାନି 

ସମ୍ପୂର୍ଣ୍ଣ ଧରା ପୃଷ୍ଠରେ

ପୃଥୁ ରାଜାଙ୍କର ଧର୍ମ ଭାବ ଦେଖି

କହିଲେ ଦେବୀ ଧରିତ୍ରୀ 

ପୃଥିବୀକୁ ଗାଈ ରୂପେ ମନେ କରି

ଦୋହନ ହେଉ ସମ୍ପ୍ରତି


ଧରିତ୍ରୀ ଦେବୀଙ୍କ ଅନୁରୋଧ ଧାରେ

ପୃଥିବୀ ହେଲା ଦୋହନ 

ପ୍ରଜା ସହିତରେ ସକଳ ପ୍ରାଣୀଙ୍କ

ହେଲା ମଙ୍ଗଳ ବିଧାନ

ବିଷ୍ଣୁଙ୍କର ଏକ ଅବତାର ଭାବେ

ରାଜା ପୃଥୁଙ୍କର ଜାତ

ମାନବ କଲ୍ୟାଣ ସାଧନ ନିମନ୍ତେ

ବିଷ୍ଣୁ ହିଁ ସଦା ଜାଗ୍ରତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract