STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ଆହେ ଜନାର୍ଦ୍ଦନ ବିଧିର ବିଧାନ

ଆହେ ଜନାର୍ଦ୍ଦନ ବିଧିର ବିଧାନ

1 min
365

    ଆହେ ଜନାର୍ଦ୍ଦନ ବିଧିର ବିଧାନ 

     ( ରାଗ -- ବିଭାସ କେଦାର )


🖊️କବିରତ୍ନ ନୂତନ କୁମାର ବେହେରା 


ଆହେ ଜନାର୍ଦ୍ଦନ ବିଧିର ବିଧାନ,

      ଗଢ଼ି ତ୍ରିଭୁବନ ହୋଇଛ ମହାନ।

ତୁମେ ସନାତନ ସତ୍ୟ ଚିରନ୍ତନ,

      ସଂସାର ପାଳନ କରି ରଖ ମାନ।

ତୁମରି ସମାନ ନାହିଁ କେହି ଆନ,

      ତୁମେ ଆର୍ତ୍ତତ୍ରାଣ କର ପରିତ୍ରାଣ।

ଡ଼ାକେ ହୀନଜନ କର୍ଣ୍ଣ ଡ଼େରି ଶୁଣ,

     ଘୁଞ୍ଚାଅ ଅଜ୍ଞାନ ଦେଇ ଦିବ୍ୟ ଜ୍ଞାନ।

ଆତଙ୍କେ ଜୀବନ ହୁଅଇ ଶ୍ରୀହୀନ,

    ଆର୍ତ୍ତଙ୍କୁ କଲ୍ୟାଣ କର ଦେଇ ଧ୍ୟାନ।

ତୁମ ଶ୍ରୀଚରଣ ଅଭୟର ସ୍ଥାନ,

     କରୁଛି ଜଣାଣ ଦିଅ ହେ ଶରଣ।

ତୁମେ ନିରଞ୍ଜନ ଶାଶ୍ଵତ ଅମ୍ଳାନ, 

     ଧରି ସର୍ବ ଗୁଣ ହୋଇଛ ପ୍ରବୀଣ।

କରି ସୁଚିନ୍ତନ ଦିଅ ବରଦାନ,

     ଜଗତେ ସୁଜନ ସୁସ୍ଥ ରଖେ ମନ।

ନାଶି ଦୁଷ୍ଟ ଜନ ଘୁଞ୍ଚାଅ ଦୁର୍ଦ୍ଦିନ,

     ହସଇ ସଦନ ବଢ଼େ ତାର ମାନ।

ତୁମ ବିନା ମନ ହୁଏ ଉଚ୍ଚାଟନ, 

    କୃପା କର ଦାନ ଶାନ୍ତି ଲଭୁ ପ୍ରାଣ।

ଜୀବନ ଜ୍ଵଜନ ହେଉ ଅବସାନ,

   ସୁସ୍ଥେ ରହୁ ଜନ ପାଉ ସେ ନିର୍ବାଣ।

ହୃଦେ ଜାଗରଣ ଆସୁ ପ୍ରତିକ୍ଷଣ,

     ତୁମରି ବିଧାନ କରୁ ସେ ପାଳନ।

ଦୀନ ଅକିଞ୍ଚନ ତାରି ରଖ ମାନ,

    ତୁମେ ପାଦେ ଧ୍ୟାନ ରହୁ ଅବିଚ୍ଛିନ୍ନ।

ହୋଇଣ ପ୍ରସନ୍ନ ଉଦ୍ଧାର ବିପନ୍ନ,

    ଦୂର କର ବିଘ୍ନ ଆଶା ହେଉ ପୂର୍ଣ୍ଣ।

ଆହେ ଜନାର୍ଦ୍ଦନ କରେ ନିବେଦନ,

    ତୁମେ ବିଶ୍ଵପ୍ରାଣ ଜୀବର ଜୀବନ।

     

     କୋହି,ବାରିପଦା,ମୟୂରଭଞ୍ଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama