STORYMIRROR

Minati Rath

Abstract

2  

Minati Rath

Abstract

ଉତ୍ସର୍ଗ

ଉତ୍ସର୍ଗ

1 min
253

ମୋ ମନର ଝରକା ଦେଇ

ନୀଳ ଗଗନକୁ ଯେବେ ଦିଏ ଚାହିଁ

ମୋ ଆଖିରେ ନାଚିଯାଏ

ତୁମର ସରଳ ମୁହଁ

ମଧୁଭରା ହସ

ଅଗଣିତ ସ୍ବପ୍ନଭରା ଚକ୍ଷୁଦ୍ବୟ

ମନେ ପଡ଼ିଯାଏ ଦିନେ

ସେ ସ୍ୱପ୍ନର ବନ୍ଧ ଡେଇଁ

ଉଛୁଳି ଉଠିଲା କୋହ

ଯେଉଁଦିନ ତୁମ ବିରସ ବଦନରେ

ଅଶ୍ରୁସିକ୍ତ ନୟନରେ ଦେଇଥିଲ ବିଦାୟ

ହୃଦୟ ତୁମର ଥିଲା କୋହଭରା

ନୟନରେ ଥିଲା ତୁମ ଅଶ୍ରୁଧାରା

ଚାହାଣୀ ମମତାଭରା

ସେ ଦୃଶ୍ୟ ଯନ୍ତ୍ରଣାଭରା

କରିଥିଲା କଣ୍ଠ ମୋର ବାଷ୍ପରୁଦ୍ଧ

ସେ ସ୍ମୃତି ଆଘାତଭରା

କରିଦିଏ ହୃଦୟ ମୋ ଅସ୍ତବ୍ୟସ୍ତ

ଫେରାଇଦିଏ ମତେ ମୋ

ଶୁନ୍ୟ କୋଠରୀକୁ


ସେଦିନ

ଢଳଢଳ ଆଖିରେ ମୋ

ଥିଲା କିଛି ସ୍ବପ୍ନ, କିଛି ଆଶା

ଆଉ ଅବ୍ୟକ୍ତ ବେଦନା

ମନ ଥିଲା ଭାରାକ୍ରାନ୍ତ

ଲକ୍ଷ ଥିଲା "ବିଜୟ"


ସ୍ନେହମୟୀ ଜନନୀ ଗୋ

ମୋ' ସ୍ବପ୍ନକୁ ସମର୍ପିଲି

ତୁମ ସ୍ବପ୍ନ ନିକଟେ

ଲକ୍ଷ୍ୟକୁ ମୋ ସାଥୀକରି

ଚାଲିଲି ମୁଁ ତା' ପଥେ

ବିଜୟ ମୁଁ ପାଇଲି ନିଶ୍ଚିତ

ତା'ରି ମଧ୍ୟେ ପାଇଗଲି

ତୁମକୁ ସମର୍ପିଥିବା ସ୍ବପ୍ନ ଆଉ ଆଶା

ତେଣୁ ଏ ବିଜୟ ମୋର

ତୁମପାଇଁ ଉତ୍ସର୍ଗୀକୃତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract