Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minati Rath

Romance

4.8  

Minati Rath

Romance

ପହିଲି ପ୍ରେମର ପହିଲି ସପନେ

ପହିଲି ପ୍ରେମର ପହିଲି ସପନେ

1 min
147


ପହିଲି ପ୍ରେମର ପହିଲି ସପନେ

ପହିଲି ଯୌବନ ମହକିଲା

ମନର ହରିଣୀ ହୋଇ ମତୁଆଲା

କସ୍ତୁରୀ ବିତରି ନାଚିଗଲା ।


ନୟନେ ନୟନ ମିଶିଗଲା ଯେବେ

ମଧୁମୟ ଋତୁ ପ୍ରବେଶିଲା

ପୁନେଇଁର ଚାନ୍ଦ ମୁରୁକି ହସିଲା

ସପନ ସବାରୀ ସଜ ହେଲା ।


ମନ ସାଥେ ମନ ହୋଇଲା ମିଳନ

ପୁଣ୍ୟମୟୀ ଧାରା ବହିଗଲା

ହାତ ସାଥେ ହାତ ଛନ୍ଦି ହୋଇଗଲା

ମୃଦୁ ଶିହରଣ ଖେଳିଗଲା ।


ଅଧରେ ଅଧର ମିଶିଗଲା ଯେବେ

ପୀରତିର ଢେଉ ଉଛୁଳିଲା

ପ୍ରେମର ସରିତ କୁଳ ଲଂଘିଗଲା

ହୃଦୟ ତରଣୀ ଭାସିଗଲା ।


Rate this content
Log in