STORYMIRROR

Minati Rath

Abstract

3  

Minati Rath

Abstract

ବାହାନା - ନୂତନ ପୁରାତନର

ବାହାନା - ନୂତନ ପୁରାତନର

1 min
253

ସେମିତି କିଛି ଫରକ ନାହିଁ

କାଲି ଆଉ ଆଜି ଭିତରେ

ବଦଳିନି ଜୀବନ

ସମ୍ପର୍କ ଓ ସପନ

ଖାଲି ଯାହା ତାରିଖଟା ବଦଳିଛି

କାନ୍ଥରେ ପୁରୁଣା କ୍ୟାଲେଣ୍ଡର ଜାଗାରେ

ନୂଆ କ୍ୟାଲେଣ୍ଡର ଲାଗିଛି


ନୂତନତା ନାହିଁ

ଗଛରେ, ପତ୍ରରେ

ଆକାଶରେ କି ମାଟିରେ

ସୂର୍ଯ୍ୟରେ କି ସକାଳରେ

ନୂତନତା ନାହିଁ

ସମୁଦ୍ରର ଜୁଆରରେ

ନଦୀର ତୃଷ୍ଣାରେ

କି ପବନର ବାସ୍ନାରେ


ସବୁ ତ ଅଛି ସେମିତି

ମଣିଷ ଖାଲି ବାହାନା କରୁଛି

ନିଜ ଦାୟିତ୍ବରୁ ଦୂରେଇ ଯାଇ

ଜୀବନରେ କୃତ୍ରିମ ରଙ୍ଗ ଦେବାପାଇଁ

ହଜିଯାଉଛି

ନୂତନତା ଓ ପୁରାତନତାର ସନ୍ଧିରେ


ବିଦାୟ ଓ ସ୍ୱାଗତର ବାହାନା କରି

ଠକି ଚାଲିଛି ନିଜକୁ

ସମୟର ଚକଟା ତା' ବାଟରେ ଯାଉ ଯାଉ

ମତୁଆଲା ମଣିଷକୁ ଚାହିଁଦେଇ

ମୁରୁକି ହସୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract