STORYMIRROR

Minati Rath

Tragedy Others

3  

Minati Rath

Tragedy Others

ଯନ୍ତ୍ରଣା

ଯନ୍ତ୍ରଣା

1 min
168

ହୃଦୟର କୌଣସି କୋଣରେ

ବହୁଦିନରୁ ଜାଗିଉଠିଥିବା

ଆଶାଟିକକ ଯେବେ ମିଳେଇଯାଏ

ପାଣିଫୋଟକା ପରି

ବୁଦ୍ ବୁଦ୍ ହୋଇ

ଅଗଣିତ ସ୍ୱପ୍ନର ସମାହାରରେ

ଅତି ଯତ୍ନରେ ଗଢ଼ିଥିବା

ଅଟ୍ଟାଳିକାଟି ଯେବେ ଭସ୍ମସାତ ହୁଏ

ଅକାଳ ଝଡ଼ରେ

ଭୁଶୁଡ଼ି ଯାଇ

ସେତେବେଳେ ଜନ୍ମ ନିଏ

.......ଯନ୍ତ୍ରଣା

ଆଶାୟିତ ମନର ଅବ୍ୟକ୍ତ ବେଦନା

ଭଗ୍ନ ହୃଦୟର ଆକୁଳ କାନ୍ଦଣା

ଇଛାହୁଏ ମଥାପିଟି କାନ୍ଦିବାକୁ

କାନ୍ଦି କାନ୍ଦି ଭୁଇଁରେ ଲୋଟିଯିବାକୁ

ତଥାପି....

ଅସ୍ବୀକାର କରିହୁଏନି ସେ ନିଷ୍ଠୁର ସତ୍ୟକୁ

ଭରିଦିଏ ମନେ ଯିଏ ଅସହ୍ୟ ଯାତନା

ସତରେ, କେତେ କଷ୍ଟଦାୟକ

କେଡ଼େ ନିଷ୍ଠୁର ସେ ଯନ୍ତ୍ରଣା !

ବୁଝେନା ଯେ ସରଳ ମନର ଚପଳତା

ଦୁଃଖୀ ହୃଦୟର ଆକୁଳତା


ତଥାପି ସେ ଉତ୍କୃଷ୍ଟତର

ଏ ସ୍ୱାର୍ଥପର ମନୁଷ୍ୟଠାରୁ

ତା'ଠାରେ ନାହିଁ ଉଚ୍ଚନୀଚ ଭେଦଭାବ

ପକ୍ଷପାତ ନୀତି

ସବୁରି ମନରେ ଦିଏ ସେ ଆଘାତ

ପାଳନ କରେ ତା' ଧର୍ମ

ମାନବ ଜାତିକୁ ଦିଏ ଉପଦେଶ

କର ନାହିଁ କେବେ ବୃଥା ଅଭିଳାଷ

ଉଚ୍ଚ ହେବା ପାଇଁ କର ଉଚ୍ଚ ଆଶା

ସାର୍ଥକ କର ତା' କରି ସୁପ୍ରଚେଷ୍ଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy