ଯନ୍ତ୍ରଣା
ଯନ୍ତ୍ରଣା
ହୃଦୟର କୌଣସି କୋଣରେ
ବହୁଦିନରୁ ଜାଗିଉଠିଥିବା
ଆଶାଟିକକ ଯେବେ ମିଳେଇଯାଏ
ପାଣିଫୋଟକା ପରି
ବୁଦ୍ ବୁଦ୍ ହୋଇ
ଅଗଣିତ ସ୍ୱପ୍ନର ସମାହାରରେ
ଅତି ଯତ୍ନରେ ଗଢ଼ିଥିବା
ଅଟ୍ଟାଳିକାଟି ଯେବେ ଭସ୍ମସାତ ହୁଏ
ଅକାଳ ଝଡ଼ରେ
ଭୁଶୁଡ଼ି ଯାଇ
ସେତେବେଳେ ଜନ୍ମ ନିଏ
.......ଯନ୍ତ୍ରଣା
ଆଶାୟିତ ମନର ଅବ୍ୟକ୍ତ ବେଦନା
ଭଗ୍ନ ହୃଦୟର ଆକୁଳ କାନ୍ଦଣା
ଇଛାହୁଏ ମଥାପିଟି କାନ୍ଦିବାକୁ
କାନ୍ଦି କାନ୍ଦି ଭୁଇଁରେ ଲୋଟିଯିବାକୁ
ତଥାପି....
ଅସ୍ବୀକାର କରିହୁଏନି ସେ ନିଷ୍ଠୁର ସତ୍ୟକୁ
ଭରିଦିଏ ମନେ ଯିଏ ଅସହ୍ୟ ଯାତନା
ସତରେ, କେତେ କଷ୍ଟଦାୟକ
କେଡ଼େ ନିଷ୍ଠୁର ସେ ଯନ୍ତ୍ରଣା !
ବୁଝେନା ଯେ ସରଳ ମନର ଚପଳତା
ଦୁଃଖୀ ହୃଦୟର ଆକୁଳତା
ତଥାପି ସେ ଉତ୍କୃଷ୍ଟତର
ଏ ସ୍ୱାର୍ଥପର ମନୁଷ୍ୟଠାରୁ
ତା'ଠାରେ ନାହିଁ ଉଚ୍ଚନୀଚ ଭେଦଭାବ
ପକ୍ଷପାତ ନୀତି
ସବୁରି ମନରେ ଦିଏ ସେ ଆଘାତ
ପାଳନ କରେ ତା' ଧର୍ମ
ମାନବ ଜାତିକୁ ଦିଏ ଉପଦେଶ
କର ନାହିଁ କେବେ ବୃଥା ଅଭିଳାଷ
ଉଚ୍ଚ ହେବା ପାଇଁ କର ଉଚ୍ଚ ଆଶା
ସାର୍ଥକ କର ତା' କରି ସୁପ୍ରଚେଷ୍ଟା ।