Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance Inspirational

3  

Birakishore Nayak

Romance Inspirational

ପତିପତ୍ନୀ ଏକ ବନ୍ଧନ

ପତିପତ୍ନୀ ଏକ ବନ୍ଧନ

1 min
147


ସମାଜର ନୀତି ଆଧାରେ ବନ୍ଧନ

   ପୁରୁଷ ସହିତ ନାରୀ 

ପତି ପତ୍ନୀ ଭାବେ ସ୍ୱର୍ଗୀୟ ପ୍ରୀତିରେ

   ହୁଅନ୍ତି ଦୁହେଁ ସଂସାରୀ |


ଦୁହିଁଙ୍କ ମଧ୍ୟରେ ଅନାବିଳ ପ୍ରେମ

   ଚିର ନିର୍ଝରିଣୀ ଧାରା 

ଦୁଇଟି ଶରୀର ଏକ ହୋଇଯାଏ

   ଏକ ଆତ୍ମା ପ୍ରୀତି ଝରା |


ସଂସାର ହସଇ ଦୁହିଁଙ୍କ ମିଳନେ

   ଏ ତ ସ୍ରଷ୍ଟାଙ୍କର ସୃଷ୍ଟି 

ନୂତନ ସୃଷ୍ଟିର ଭବ୍ୟ ଆବାହନୀ

   ଗାଏ ସମ୍ଭାବନା ଗୀତି |


ଅତୁଟ ବନ୍ଧନ ଅତୁଟ ମମତା

   ଗଭୀର ଦୁହିଁଙ୍କ ପ୍ରେମ 

ଜୀବନର ଯେତେ ମାନ ଅଭିମାନ

   କେବଳ କ୍ଷଣିକ ଭ୍ରମ |


ଆଦର୍ଶ ଦମ୍ପତି ଭାବେ ଯେ ଜୀବନ

   ବିତିଯାଏ ଦୁଃଖେ ସୁଖେ 

ଝଡ଼ ଯେବେ ଆସେ ହୁଏ ସମାଧାନ

   ଆଘାତ ରହେନା ବକ୍ଷେ |


ପରସ୍ପରେ ସ୍ନେହ ଥାଏ ନିରନ୍ତର

   ସବୁଠୁ ନିଜର ଭାବ 

ପୂର୍ଣ୍ଣତା ଲଭଇ ଜୀବନର ଲକ୍ଷ

   ପାଇ ଭବ ଆଶୀର୍ବାଦ |


ପତିପତ୍ନୀଙ୍କର ବନ୍ଧନ କେବଳ

    ନୁହେଁ ପ୍ରୀତି ପାଇଁ ବନ୍ଧା 

ଜୀବନ ତାଙ୍କର ଉତ୍ସର୍ଗୀକୃତ ଯେ

   ଅନ୍ୟର ସେବାରେ ଛନ୍ଦା |


ପିତାମାତାଙ୍କର ସେବାରେ ଜୀବନ

    ହୋଇଥାଏ ପୂଣ୍ୟମୟ 

ସନ୍ତାନେ ମଣିଷ କରିବାକୁ ହୁଏ

    ଗଢି ତାଙ୍କୁ ମହନୀୟ |


କର୍ତ୍ତବ୍ୟର ଚିନ୍ତା ରହିଥାଏ ମନେ

    ସମୟ ବିତଇ ଶ୍ରମେ 

ସମାଜ ପାଇଁ ଯେ ବହୁ ଅନୁଦାନ

    ଦେଇଥାନ୍ତି ନିଜ କର୍ମେ |



Rate this content
Log in

Similar oriya poem from Romance