STORYMIRROR

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା

ପଦଟିଏ ତୋ ନାଁରେ ପ୍ରିୟା

1 min
11.8K

ପ୍ରିୟତମା ଗୋ

ଲାଗୁନାହିଁ ଭଲ ଜମା ଗୋ

ପ୍ରିୟତମା ଗୋ

ଯେ ଦିନୁ ତୁମକୁ ଆସିଅଛି ଛାଡି 

ଏକା ଏକା ଏଠି ରହିଅଛି ପଡି 

ଦିନ କଟୁ ନାହିଁ ରାତି କଟୁ ନାହିଁ

କଟୁନି ସମୟ ଜମା ଗୋ

ହୃଦୟ ବି ଅଛି ରକତ ବହୁଛି 

ନାସା ମଧ୍ୟ ଦେଇ ଶ୍ଵାସ ବି ବହୁଛି 

ତଥାପି ଲାଗୁଛି ପ୍ରାଣବାୟୁ ନାହିଁ

ଶରୀରେ ମୋହର ଜମା ଗୋ


ଜହ୍ନକୁ ଦେଖିଲେ ତୁମେ ମନେପଡ଼

ନଈକୁ ଦେଖିଲେ ତୁମେ ମନେପଡ

କବିତା ଧାଡିରେ ତୁମ ମୁହଁ ଦିଶେ 

ଚାରି ଆଡେ ତୁମେ ତୁମେ ଗୋ


ଏ କିବା ଜୀବନ ଯହିଁ ପ୍ରିୟା ନାହିଁ 

ଚାତକ ପରି ମୁଁ ରହିଛି ଅନାଇ 

ଗ୍ରୀଷମ କାଳଟି ହେଲାଣି ପ୍ରବଳ

ବର୍ଷା ଆସୁ ନାହିଁ ଜମା ଗୋ


Rate this content
Log in

Similar oriya poem from Romance