ପାର୍କରେ ସେଦିନ
ପାର୍କରେ ସେଦିନ
ଚୁପ ଚାପ ପରିବେଶ ଛାଇଥାଏ ନୀରଵତା
ସହରର କୋଳାହଳ ପଶିପାରେନା
ପଶିପାରେନା ସେଠି ଆଜିର ଗହଳିଟହଳି
ସଵୁଦିନେ ଶୁନଶାନ ଖାଁଖାଁ
ଏ ଭିଡଦୁନିଆ ଠାରୁ ପୁରା ଅଲଗା
ନିଛାଟିଆ ସମ୍ପୂର୍ଣ୍ଣ ନିଛାଟିଆ ସେ ପାର୍କ ।
ମୋର ପ୍ରୀୟ ଅତି ପ୍ରୀୟ ସ୍ଥାନ
ଅଫିସରୁ ଫେରିବା ପରେ
ବସିପଡେ ସେଠି ଘଡିଏ ଅବା ଦିଘଡି
ହଜିଯାଏ ସପନ ଦୁନିଆରେ
ମୋ କଵିତା ସହ ନିବିଡ ବନ୍ଧନେ।
ନୀରଵତାକୁ ଭେଦି
ହଠାତ ଶୁଭିଗଲା ଫିସଫିସ କଥା
ପାର୍କର ନିଛାଟିଆ କୋଣରେ
ସେଦିନ ବସିଥାଏ ମୁଁ ଆଉ
ସାଥେ ମୋ କବିତା।
ଝାଡି ସେପଟେ କାହାର ଉପସ୍ଥିତି
ମନରେ କଲା ପ୍ରଶ୍ନବାଚି
ଏତେ ନିଛାଟିଆ ନିକାଞ୍ଚନ ସ୍ଥାନରେ
କିଏ ଆଉ କହିଁକି
ପୁଣି ଶୁଭିଲା ମିଠାମିଠା ସ୍ବର
ଵୋହୁଏ ଥିଲା ତାହା ଜଣେ
ଅଳ୍ପବୟସୀ ତରୁଣୀର
ସପନ ଦୁନିଆରୁ ଫେରି କେଜାଣି
କହିଁକି ଇଛା ହେଲା
ଶୁଣିବାକୁ ସେମାନଙ୍କ କଥା
ବସିଲି ନୀରବରେ
ମିଳିଯିଵକି କିଛି ଗୋଟେ ଖିଅ ।
ଵାଜିଲା କୋହଭରା ସ୍ବର
କାହିଁକି କାହିଁକି
ଏ ଅଭିମାନ ଶୁଣେ
ଶୁଣ ଶୁଣ ମୋ କଥା
ସମାଜ ପରିବାରଠାରେ ସିନା
ଆମେ ଅଲୋଡା ଅଖୋଜା
ତୁମେତ ମୋ ଜୀବନ ମୋ ପ୍ରାଣ
ଧରି ନେଇଛି ତୁମେ ମୋ
ଇହକାଳ ପରକାଳର ଦେବତା।
ଜାଣେନି କିଛି କିଛିବି ଵୁଝିନି
ଯେବେଠୁ ନିଜକୁ ବୁଝିଛି
ଜାଣିଛି କେବଳ, ଜାଣିଛି ତୁମକୁ
ଆସିବନି ଆସିବନି କେହି ଦିତୀୟ
ଅପେକ୍ଷାରେ ରହିବି ରହିଵି ମୁଁ
ବାକି ଜୀବନ।
ପଚାରୁ ଥିଲ ପଚାରୁ ଥିଲ ପରା
କାଇଁକି କାଇଁକି
ଏତେ ଭଲ ପାଇଲ
ସେତ ସ୍ବର୍ଗୀୟ, ସେତ ସତ୍ୟ ସନାତନ
ତୁମେ ମୋର, ମୁଁ ତୂମର
ଲୋଡାନାହିଁ ଦୈହିକ ସୁଖ ଲୋଡା
ନାହିଁ ପାର୍ଥିବ ଆନନ୍ଦ
ତୁମ ଭିତରେ ପାଇଛି କୃଷ୍ଣ, ମୋ କୃଷ୍ଣ
ହେବାକୁ ଚାହେଁ ଲୀନ ।
ରହିବନି ଆଉ ପ୍ରାଚିର ଜାତି ଧର୍ମର
ଧନୀଗରିବର ଛୋଟ ବଡର
ମୋ ଆଶା ଦିନେ ମିଳିବ ସିକୃତି
ସମାଜ ବଢାଇବ ହାତ
ଆମ ପ୍ରେମର ଆମ ଭଲପାଇବା
ଲଭିଵ ଶ୍ରେଷ୍ଠତ୍ଵ ।
ଶୁଣୁଥାଏ ,ଶୁଣୁଥିଏ ସବୁ
ଏପଟେ ଗୁଞ୍ଜରିତ ହେଉଥାଏ କାନେ
ଉସୃଙ୍ଖଳିଚ କିଛି ନାରା
ଆଜି ରୋଜଡେ ,ଚୋକଲେଟଡେ
କିସଡେ ,ହଗଡେ ପରି
ସଭ୍ୟତାକୁ କ୍ଷତାକ୍ତ କରୁଥିବା ଚିହ୍ନ।
ସେ ଶଦ୍ଦର ତରଙ୍ଗ ପାଖରେ
ନଇଁ ଯାଉଥାଏ ମୁଣ୍ଡ
ଡାଇରି ବନ୍ଦକରି ପକେଟରେ ରଖି କଲମ
ଫେରିବାକୁ ହେଲି ସଜଵାଜ ।

