ସମୟ ନଈର ସୁଅ
ସମୟ ନଈର ସୁଅ
ଏ ସମୟ ଚାଲିଯିବ
ଦୁଃଖ ସୁଖ ନେଇ ଯିବ
ଅତୀତ ହୋଇ ।
ଧୀରେ ଧୀରେ ବହିଥାଏ
ସମୟ ନଈ
ଏ ସମୟ ଚାଲି ଯିବ
ରହିବ ନାହିଁ ॥୦॥
ଅୟସର ସମୟଟି
ସୁଖ କେତେ ଦିଏ ଭେଟି
ସୁନେଲୀ ସପନେ ଭରେ
କାଳିମାର ଦୁଃଖ ରାତି ।
ସିଏ ଦିନେ ଚାଲି ଯାଏ-
ସୁଖ ସବୁ ନେଇ ଯାଏ-
ରହେ ନାହିଁ ସୁଖ କେବେ
ନିଜର ହୋଇ
ଏ ସମୟ ଚାଲିଯିବ
ରହିବ ନାହିଁ ॥୧॥
ସୁଖ ପରେ ଦୁଃଖ ଆସେ
ଅଶାନ୍ତ ଝଡ ବତାସେ ।
ହସର ଜୁଆରେ ଯେତେ
ଭଟ୍ଟା ସବୁ ଭରି ଦିଏ ।
ପୂନେଇଁ ପରେ ଉଆଁସେ
ଯେମିତି କାଳିମା ଗ୍ରାସେ
ରହେନା ସେ କେବେ
ଦିନେ ଯାଏ ଦୂରେଇ
ଏ ସମୟ ଚାଲିଯିବ
ରହିବ ନାହିଁ ॥୨॥
ଫକୀର ହୁଏ ଅମୀର
ଅମୀର ହୁଏ ଫକୀର
ରାଜା ହୁଏ ପ୍ରଜା କେବେ
ପ୍ରଜା ହୁଏ ରାଜା ଭବେ ।
ସମୟର ଦାନ ଇଏ
କାନ୍ଦି କାନ୍ଦି ହସେ କିଏ
ହସି ହସି କାନ୍ଦି ଥାଏ
ଅଭାଗା ହୋଇ
ଏ ସମୟ ଛାଲି ଯିବ
ରହିବ ନାହିଁ ।।୩॥
ନିଦ ଛୁଇଁ ପାରେ ନାହିଁ
ଗରିବର ଆଖି ଦୁଇ ।
ଭୋକେ ଆତ୍ମା ଜଳୁଥାଏ
ଅଦେଖା ଦହନ ଛୁଈ ।
ଧନ ମନ ନେଇ ସାଥେ
କେ' ପଡେ ସୁଖେ ଘୁମେଇଁ
ସମୟ ସାରିବା ପାଇଁ
ସମୟର ଦାନ ଏଇ
ଏ ସମୟ ଚାଲିଯିବ
ରହିବ ନାହିଁ॥୪॥
ସମୟର ଉପହାର
ଆଖି ଲୁହ ଦୁଇଧାର
ସୁଖରେ ଆନନ୍ଦ ଝର
ଦୁଃଖରେ ଝରା ପତର
ଜୀବନ ମରୂରେ ବହେ
ଛୋଟ ଏକ ନଈ ହୋଇ
ଆନନ୍ଦ ବିଷାଦେ ସେତ
ବହିଯାଏ କୂଳ ଖାଇ
ଏ ସମୟ ଚାଲିଯିବ
ରହିବ ନାହିଁ ॥୫॥