STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ନିଆରା ରଜ

ନିଆରା ରଜ

1 min
231

  


  ଏ ବରଷ ରଜ ନିଆରା ରଜଲୋ

  ରାଧା ମନ ହାଇଁପାଇଁ

  ଅଜଣା ରାଇଜେ ମନ ହଜିଯାଏ

  କହ୍ନେଇ ର ବାଟ ଚାହିଁ


  ଗାଁ ପିଲା ସବୁ ବିଦେଶୁ ଏସନ

  ଆସିଛନ୍ତି ପରା ଫେରି

  ସବୁତ ଅଛନ୍ତି ସଙ୍ଗରୋଧ ଘରେ

  ବସିଛନ୍ତି ମନ ମାରି

  ରଜ ମଉଜରେ ମନଦରଜକୁ

  ବେଳକାଳ ବୁଝୁ ନାହିଁ

   ରାଧା ମନ ହାଇଁପାଇଁ..


  ତୋଟାତ ଝୁରୁଛି ପଠାତ ଝୁରୁଛି

  ଗହଳୀ କେଉଁଠି ନାହିଁ  

  ମିଠା ପୋଡପିଠା କମକୁଟା ପାନ

  ସାହି ବୁଲା ନାହିଁ କାହିଁ

  ଲୁଚିଛପି ଚାଲେ ମନ ଦିଆନିଆ

  ଆଖିରେ ଇସାରା ଦେଇ

  ରାଧା ମନ ହାଇଁପାଇଁ..


  ରାଧିକା ଝୁଲୁଛି ଦୋଳିରେ ଏକଲା

  ପଶାପାଲି ପାଟ ନାଇ

  ଖିଆଲି ମନତା ମନ କଥାତାର

  ପାରୁନି କାହାକୁ କହି

  ପ୍ରିତି ଜୁଡୁବୁଡୁ ରାଧା ପଣତକୁ 

  କହ୍ନେଇ ପରୁନି ଛୁଇଁ

  ରାଧା ମନ ହାଇଁପାଇଁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance