STORYMIRROR

Panchanan Jena

Romance

3  

Panchanan Jena

Romance

ଧାଡିଏ ଚମ୍ପାଗଛ

ଧାଡିଏ ଚମ୍ପାଗଛ

1 min
192

ମନେପଡ଼େ ଫୋରର୍ଥ ହଷ୍ଟେଲ୍‌ 

ଗୋଦାବରିଶ ଛାତ୍ରାବାସ

ବାଣୀବିହାର କାଳଖଣ୍ଡେ

ସବୁଜ ସ୍ୱର୍ଣ୍ଣିମ ଇତିହାସ ।

ଆଉ ହଷ୍ଟେଲ୍ ସାମ୍ନାର ସେହି

ଧାଡିଏ ଚମ୍ପାଗଛ ଅଳସୀ ମନ୍ଦହଁସୀ

ଛନଛନ କନକନ ଷୋଡସୀ ବୟସୀ

ହଳଦୀ ଗୁରୁଗୁରୁ ଦଳେ କନକ ଗୋରୀ

ସଦ୍ୟସ୍ନାତା ଉଡ଼େଇ ଭଉଁରୀ ଉତ୍ତରୀ

ମହକିତ ହଳଦୀବର୍ଣ୍ଣ। ପାଖୁଡ଼ା କେଳି

ତରକା ପବନ ସାଥେ ଖେଳେ ଲୁଚକାଳି

ଝରକା ଫାଙ୍କରୁ ଦିସେ ତାଙ୍କ ବାଙ୍କ ମୃଦୁହସ ।


ଫୁଲରେ ବର୍ଷସାରା ଲଦା ଲଦି ଦିଶେ

ଯୌବନ ଭାରରେ ଆକ୍ରାମାକ୍ତା କାଶେ

ଯେମିତି ସୁବର୍ଣ୍ଣପୁରରେ 

ମାଇଲ ମାଇଲ ସ୍ୱର୍ଣ୍ଣାଭ ଆବରଣ 

ପଲ୍ଲବିତ ଡାଳେ ଚାପା ଗୁଞ୍ଜରଣ ।


ସେମିତି ଥିବ ଝର୍କା ଓ ହଷ୍ଟେଲ୍‌

ବାୟାଣୀ ବୁଢିଆଣୀ ଜାଲ ବୁଣୁଥିବ

ଝର୍କା କୋଣକୁ ଲାଗି

କୁମାର ଭଅଁର ବସା ବାନ୍ଧୁଥିବ

ଡାଳରେ ବସି ମା' କପୋତୀ

ଅଣ୍ଡା ଉସୁମେଉ ଥିବ ।


ସବୁ ଚମ୍ପାଗଛ ଥିବ କି ନାହିଁ

ଜଣା ନାହିଁ

କେତେ ତୋଫାନ ବାତ୍ୟା ସହି

ରହିଥିବେ କିଛି ସାଇଁ

କିନ୍ତୁ ସେମାନଙ୍କର ଫୁଲଫୁଟା ପ୍ରତ୍ୟୁଷ

ବାସ୍ନାମୟ ମହକ ପୁଲକ

ଆଜି ବି ମୁଁ 

ଶୁଙ୍ଘି ପାରେ ବସି ଘରେ

ବାରି ପାରେ ଝର୍କା ଫାଙ୍କରେ

ବୟସର ସାୟାହ୍ନରେ କୁହୁକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance