STORYMIRROR

Chinmaya Kumar Nayak

Romance Others

3  

Chinmaya Kumar Nayak

Romance Others

ସମ୍ପର୍କ

ସମ୍ପର୍କ

1 min
12K

ବିଶ୍ୱାସର ମାପକାଠିରେ ସମ୍ପର୍କର ଗଭୀରତା ମାପୁଛି

ତା ଚେହେରାର ଭଙ୍ଗୀ ଦେଖି ଛାତି ଭିତରଟା ଦେଖି ପାରୁଛି। 


ତା ନିଶ୍ୱାସର ତାପମାତ୍ରା ଅନୁରକ୍ତିର ଅଭିବ୍ୟକ୍ତି ପ୍ରକାଶ କରେ

ତା ଦେହର ଗନ୍ଧରୁ ମୁଁ ସମ୍ବନ୍ଧର ସୁବାସିତ ସୁଗନ୍ଧ ବାରୁଛି।


ଆତ୍ମୀୟତାର ସମ୍ମୋହନରେ ଭାଙ୍ଗିଯାଏ ଦର୍ପ ଅହଙ୍କାର

ଆକର୍ଷଣର ରଜ୍ଜୁରେ ଯେତେ ଅଛି ଆଭିମାନ ସବୁ ବନ୍ଧା ପଡିଛି।


କାନ କେବେ ଶୁଣିନାହିଁ ସମାଜର ଆଙ୍ଗୁଳି ଉଠା ପ୍ରଶ୍ନକୁ

ସବୁ ଭୁଲି ତାକୁ ଆପଣେଇ ନେବାର ନିଶା ଆଜି ଘାରିଛି।


ନିଶବ୍ଦରେ ବି ଭାବ ବିନିମୟ ଅନ୍ୟାୟାସେ ଚାଲିଛି

ସମ୍ପର୍କ ପ୍ରାଚୀର ଆଗେ ସବୁ ବାଧାବିଘ୍ନ ହାର ମାନିଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance