Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

3.9  

ପ୍ରଶାନ୍ତ କୁମାର ବେହେରା

Romance

ବିଡମ୍ୱନା

ବିଡମ୍ୱନା

1 min
12K



ଦୂରେ ଥିଲେ ତୁମେ

          ତୁମ ବିରହ ବେଦନା

                     ବୃଶ୍ଚିକ ଦଂଶନ ପରା


ପାଖେ ଥିଲେ ତୁମେ

          ତୁମ କୋମଳ ସାନ୍ନିଧ୍ଯ 

                    ବସନ୍ତ ଚୁମ୍ୱନ ପରା l


ଦୂରେ ଥିଲେ ତୁମେ

          ତୁମ ନରମ ଓଠରୁ

                   ଅଶ୍ରୃତ ରାଗିଣୀ ଝରେ 


ପାଖେ ଥିଲେ ତୁମେ

          ତୁମ ମହୁଭିଜା ସ୍ୱର

                  ଲକ୍ଷ ସୀତ୍କାର ତୋଳେ l


ଦୂରେ ଏବେ ତୁମେ

           ତଥାପି କାହିଁକି 

                  ରସ କଳସୀ ମୋ ଶୂନ୍ୟ


ପାଖେ ଏବେ ତୁମେ 

           ତଥାପି ଖୋଜୁଛି

                  ତୁମ ପ୍ରେମ ଗୀତି ସ୍ୱନ l



Rate this content
Log in

Similar oriya poem from Romance