ଜହ୍ମ କନିଆଁ
ଜହ୍ମ କନିଆଁ
ଆକାଶର ସ୍ଵଛ ପରଦାରେ
ଜହ୍ନ କନିଆଁ ଦେଖେ
ଫୁଲେଇ ତା ଚନ୍ଦ୍ରବଦନକୁ
ଅନ୍ଧାର ଆସିବା ଆଗୁ
ସଜେଇ ହୁଏ ସେ ଖରେ
ଭାସ୍କର ପଶ୍ଚିମେ ବୁଡ଼ିବା ଆଗରୁ
ଲୁଚି ଲୁଚି ମୁହଁକୁ ଲୁଚେଇ
ବାଦଲ ସେପାଖେ
ଦେଖିବାକୁ ବ୍ୟଗ୍ର ହୁଏ
ଜ୍ୟେଷ୍ଠ ଭଗ୍ନୀ ମୁଖ
ଧାରେ ତାର ଚିବୁକ ଦିଶିଯାଏ
ବିଛାଡ଼ିଦେଇ ଚାନ୍ଦିନୀ କିରଣ,
କେତେ ମନ ଆନମନା ହୁଏ
ପ୍ରେମୀ ହୃଦେ ଭରିଯାଏ
ମିଳନର ବିଦଗ୍ଧ ଫଗୁଣ
କିଏ ଜଣେ ପାଗଳ ପ୍ରେମିକ
ପଠାଇଛି ତା ପ୍ରେମ ସନ୍ଦେଶ
ଭାବର ରକେଟଟେ ଫିଙ୍ଗି,
ଜହ୍ନ ଦେଖି ହସୁଥାଏ
ଦେଖି ଜଣେ ରସିକର
ପ୍ରେମ ନିବେଦନ କରିବାର
ଅପୂର୍ବ ଏ ଭଙ୍ଗୀ