Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା-୧୫

ପଦଟିଏ ତୋ ନାଁରେ ପ୍ରିୟା-୧୫

1 min
12.1K


ଅଭିମାନିନୀ ଗୋ        ଅଭିମାନ ତୁମ 

        ଆକାଶ ପରି ଅସୀମ 

ଅଭିମାନ ଭରା         ଆଖିରେ ତଥାପି 

        ଅଛପା ରହେନି ପ୍ରେମ l


ଆଖିରେ ଆଖିଏ        ଲୁହକୁ ଲୁଚାଇ 

        ଅନ୍ୟ ଆଡେ ଯେବେ ଚାହଁ

ଥର ଥର ଓଠ          ଚାପି ଧରି ପ୍ରିୟା 

        କଣ୍ଠକୁ ପୁଣି ଥରାଅ l 


ସବୁ ଶୁଣି ଯେବେ        କିଛି ନ ଶୁଣିବା 

        ପରି କର ଅଭିନୟ 

ସବୁ ଦିନ ପରି         କଥାରେ କଥାରେ 

        ଯୋଡି ହୁଏନି ହୃଦୟ l


ରାଗି ବି ନ ରାଗି        କାନ୍ଦି ବି ନ କାନ୍ଦି 

        କହି ବି ନ କହି କଥା 

ଯେବେ ତୁମେ ରୁହ      ମଉନ ମୁଦ୍ରାରେ 

       ମୋ ମନେ ବଢ଼ଇ ବ୍ୟଥା l 


ତୁମ ମନ କଥା        ବୁଝି ବୁଝାଇବା 

       ପାଇଁ ଯେତେ ଅଭିପ୍ରାୟ 

ସବୁ ବ୍ୟର୍ଥ ଯାଏ       ତୁମେ ଗୋ ପ୍ରେମର 

       କଠୋର ପରୀକ୍ଷା ନିଅ l


ରାଗ ରୁଷା ଫୁଲା       ନ ଥିଲେ ଜୀବନେ 

       ପ୍ରେମ କି ମଧୁର କୁହ ?

ଅଭିମାନ ସଦା        ଅଧିକାର ତୁମ 

       ପ୍ରେମର ସେ ପରିଚୟ ll


Rate this content
Log in

Similar oriya poem from Romance