STORYMIRROR

Sambit Srikumar

Romance Classics Inspirational

3  

Sambit Srikumar

Romance Classics Inspirational

ପ୍ରୀତିର ପସରା

ପ୍ରୀତିର ପସରା

1 min
151

ପ୍ରେମନଗରୀରେ ଆଜି

ବସିଛି ପ୍ରୀତିର ପସରା

ନିରୁତା ମନର ବ୍ଯାପାର ଏଠି

ନାହିଁ ଆବିଳତା ଭରା


ଅଯାଚିତ ଆଲିଙ୍ଗନ ଅବାରିତ

ପ୍ରୀତି ଆଦାନ ପ୍ରଦାନ

ଚଉଦିଗେ ଉଷ୍ମ ଚୁମ୍ୱନର ବର୍ଷା

ପ୍ରେମୀ ଓଷ୍ଠେ ଚୁମି ଚୁମି ସହାସ୍ଯେ

ଲୋଟି ପଡେ ପ୍ରେୟସୀ ସହସା ।


ଭ୍ରମର ମୁଖରେ ଆପଣାର

ଅନୂଢ଼ା ତନୁକୁ ଶରଧାରେ

ସମର୍ପି ଦିଅଇ କୁସୁମ

ମନ୍ଦ ମଳୟ ପବନେ

ଭାସି ଆସେ ପ୍ରଣୟର ଗନ୍ଧ

ସତେ ଅବା ପୁଷଧନୁ

ପେଶି ଅଛି ସରାଗେ ମଦନ ।


କୀଟ ଠାରୁ ବ୍ରହ୍ମ ଯାଏଁ

ସର୍ବେ ପ୍ରଣୟେ ଆବିଷ୍ଟ

ବସନ୍ତର ଏହି ମଧୁଲଗ୍ନେ

ଧୂଳି ଧୂସରିତ ଧରା ପୃଷ୍ଠେ

ନୈସର୍ଗିକ ପ୍ରେମ ବିରାଜିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance