STORYMIRROR

DEEPAK KUMAR PATRA

Romance Others

3  

DEEPAK KUMAR PATRA

Romance Others

ହଳଦିଆ ଶାଢୀରେ ପ୍ରେୟସୀ

ହଳଦିଆ ଶାଢୀରେ ପ୍ରେୟସୀ

1 min
195

ସେଦିନ ସେ ଚୁମକି ଲଗା ହଳଦିଆ 

ଶାଢ଼ୀଟେ ପିନ୍ଧିଥିଲା

ମୁଁ ମେଲାଣି ନେଲାବେଲେ 

ଶେଷଥର ତା'ଠାରୁ

ଚାରିଆଡ଼ ପରିବେଶ ଖଦ୍ୟୋତିକାର 

ଆଲୋକରେ ଉଜ୍ୱଳମୟ

ରାତି ଅମାବାସ୍ୟା ହେଲେ ବି 

ମୁହଁ ତାର ଅଧା ଉଇଁ ଥିବା 

ଚାନ୍ଦ ପରି ।


ମୁହଁଫେରି ତା ଠୁ ଆସିବା ବେଳକୁ

ମନରେ ମୋର ଅନେକ ପ୍ରଶ୍ନବାଚୀ ଆଉ

ତାର ଉତ୍ତରର ଆକ୍ଷେପ ରେ ମୁଁ ନିସ୍ୱ 

ରାସ୍ତାର ଦୁଇପାର୍ଶ୍ୱର ଷ୍ଟ୍ରିଟ ଲାଇଟ ଗୁଡିକରେ

ହଳଦିଆ ଫୁଲ ଫୁଟିଥିଲା

ସେଇ ହଳଦିଆ ପରିବେଶରେ 

ଆକାଶର ତାରାଗୁଡିକ ବି ହଳଦିଆ 

ବହୁଦୂରୁ ଛୁଟି ଆସୁଥିବା ମନ୍ଦ ମନ୍ଦ ହେମାଳ ପବନରେ

ହଳଦୀ ର ବାସ୍ନାରେ ସୁବାସିତ ।


ଭାବିଥିଲି ବହୁଦିନୁ କହିବାକୁ ଯେ 

ମୁଁ ତୁମକୁ ଭଲପାଏ ବୋଲି

ତୁମ ସହିତ ଜିଇଁବି ଆଉ ତୁମ ସହ 

ରହିବି ବୋଲି,ସବୁଦିନ ଲାଗି

ଯେତେବେଳେ କହିବାକୁ ଗଲି 

ସେତେବେଳେ ଅଜଣା ଆଶଙ୍କାରେ

ହଠାତ ଗଳା ମୋର୍ ରୁନ୍ଧି ହେଇଗଲା

ଆଉ ଆଜି ମୁଁ ସମୟର ବହୁତ ପଛରେ

ନା କିଛି ଆଗରେ ନା ପଛରେ ।


ରାସ୍ତାକଡର ହଳଦିଆ ଫୁଲ ଗୁଡିକ

ମନେପକେଇ ଦେଉଥିଲା

କଲେଜ ଜୀବନର ସ୍ମୃତି ଗୁଡାସବୁ

କଲେଜ ସମ୍ମୁଖରେ ବିଛେଇ ହେଇପଡିଥିବା

କୃଷ୍ଣଚୁଡା ଗଛର ହଳଦିଆ ଫୁଲ

ମୋ ଉପରେ ଝାଡ଼ିଦେଉଥିଲା

ହଳଦିଆ ରଙ୍ଗରେ ମନ ପ୍ରାଣକୁ 

ରଙ୍ଗେଇ ଦେଉଥିଲା

ଟୋକେଇ ଟୋକେଇ ହଳଦିଆ ଫୁଲସବୁ ।


ଆଜି ମୋର ମନେ ପଡିଯାଉଛି

ଯେବେ ଆମର ପ୍ରଥମ ଭେଟ ହେଇଥିଲା

ଓପର ଓଳି ଚାରିଟାରେ ,ସହର ମଝିର 

ଚାରିଛକ ପାଖରେ 

ସାଇକେଲର କ୍ୟାରିୟର ରେ ନୋଟ ଖାତା

ଆଉ ମାଟିଆ ରଙ୍ଗର ବ୍ୟାଗ ଧରି 

ହଳଦିଆ ରଙ୍ଗର ଡ୍ରେସ ଟେ ପିନ୍ଧି

ତୁମେ ଚାଲିଆସୁଥିଲ ସତେକି  

ଏଇ ହଲଦିଆ ରଙ୍ଗରେ ଭିଜେଇବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance