Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ଗୋଲାପି ଚିଠି

ଗୋଲାପି ଚିଠି

1 min
187


ଗୋଲାପ ଓଠର ଭାଷାକୁ

ଗୋଲାପି ଚିଠିରେ ସଜେଇ

ଲେଖିଛା ଚିଠିଟି ପ୍ରିୟା ମୋ'

ମନକୁ ମଜେଇ

ପ୍ରେମରେ ଭିଜେଇ

ଚିଠି ପଢି ତା'ର

ପାରୁନି ମନକୁ ବୁଝେଇ ।


ମନ ମହକରେ ବାସେ,

ତା' ହାତ ଲେଖା ଚିଠିଟି 

ଜାଦୁ ଝର କଲମରେ

ଲେଖିଛି ସେ ଛୋଟ ଚିଠିଟି

ଭାଷାର କାଉଁରୀ ଛୁଆଁ

ଥରେଇ ଦେଉଛି ହିଆ

ରହି ମୁଁ ପାରୁନି ପ୍ରିୟା

ତୁମକୁ ଦୁରେଇ ଦେଇ ।


ଅଳପ କଥାରେ ତୁମେ

କେତେ କଥା ଲେଖିଛ

ବିରହର ଜଉଘରେ

ତିଳ ତିଳ କରି ଜାଳୁଛ

ପାରୁନାହିଁ ଆଉ ସହି

ତୁମକୁ ଦୁରେଇ ଦେଇ

ପରଦେଶେ ଝୁରେ ମନ

ମାନସୀ ମୋ' ମାନମୟୀ ।


Rate this content
Log in

Similar oriya poem from Romance