STORYMIRROR

Priyaranjan Biswal

Romance

3  

Priyaranjan Biswal

Romance

ପ୍ରୀତିର ଫଗୁଣ

ପ୍ରୀତିର ଫଗୁଣ

1 min
11.7K


ପ୍ରଥମ ଦେଖାରେ କରିଲ ନିଜର

ଆଖିରେ ମିଶିଲା ଆଖି।

ସେହି ଦିନ ଠାରୁ ଜାଣିଥାଲୋ ପ୍ରିୟା

ସାଜିଲି ମୁଁ ପ୍ରେମ ପକ୍ଷୀ।।


ପଦ୍ମ ଫୁଲ ପରି ମୁଁହଁଟି ତୁମର

କଥା କହୁଥିଲା ଆଖି।

ଲାଜେଇ ଲାଜେଇ ଚାଲୁଥିଲ ତୁମେ

ନଜର ରହିଲା ଲାଖି।।


ଚାଲିରେ ତୁମର ଫୁଟେ ସଦା ପଦ୍ମ 

ହସରୁ ଝରଇ ମହୁ।

କଥାଟି ତୁମର କୋଇଲିର କୁହୁ

ମନ ମୋ କହେ ଲଭ୍ ୟୁ।।


ସବୁ କଥା ଓଠ କହିତ ପାରେନା

କିଛି ରହିଯାଏ ବାକି।

ମନ ତଳ ସେହି ଗୋପନ କଥାକୁ

କହିଦିଏ ଦୁଇ ଆଖି।।


ମୋ ମନ ଖାତାରେ ସାଧା କାଗଜରେ

ଆଙ୍କି ଦେଲି ତୁମ ଛବି।

ଅଲିଭା ଅକ୍ଷରେ ଲେଖି ହୋଇଗଲା

ହୃଦୟର ପ୍ରତିଛବି।।


ମେଘକୁ ମାଗିଲି ବରଷା ଟିକିଏ

ତୁମକୁ ମାଗିଲି ମନ।

ମେଘ ଢାଳିଦେଲା ବରଷା ଅସରା

ତୁମେ ଦେଲନାହିଁ ମନ।।


ଝିପିଝିପି ସେଇ ବରଷା ଛିଟାରେ

ଯାଉଥିଲି ମୁଁ ଶୀତେଇ।

ଯେତେ ଭିଜିଲେବି ଏମନ ମାନେନା

ପ୍ରେମରେ ହୁଏ ରଙ୍ଗେଇ।।


ପ୍ରୀତିର ଫଗୁଣ ଚହଲା ଶ୍ରାବଣ

ଛାଇ ଆଲୁଅର ଖେଳ।

ତୁମ ସାଥେ ପ୍ରିୟା ଯେତେ ମୋ ବିତିଛି

ମଧୁର ମିଳନ ବେଳ।।


ତୁମେ କଲେ ପର ଖାଇବି ଜହର

ମନେ ମୁଁ କରିଛି ପଣ।

ତୁମରି ପ୍ରେମରେ ପ୍ରେମିକ ସାଜିବି

ନକରି ମୁଁ ହଇରାଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance