STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

କଥା ଦିଅ

କଥା ଦିଅ

1 min
11.8K

ଆସ ପ୍ରିୟ ସଖୀ ହାତେ ହାତ ରଖି

କଥା ଦିଅ କଥା ଦିଅ

ଜୀବନ ନଉକା ବାହିବା ସଂସାରେ

ଯେତେ ଦିନ ଥିବ ଦେହ ।।


ସ୍ନେହେ ପ୍ରେମେ ଭଲପାଇବା ରେ ଆମ

ନ‌ଲାଗୁ କଳା କଳଙ୍କ 

ବିଶ୍ଵାସ ସରସୀ ନୀରେ ହସୁଥାଉ

ସାରସ ପ୍ରେମ ସନ୍ତକ ।।


ଅତୀତରେ ଯେତେ ଦୁଃଖ ଅବା ସୁଖ

ଭୁଲିଯାଅ ମୁଁ ଭୁଲିଛି

କାଳ ଭଉଁରୀ ର ବିତିବା ଅତିତ

ମନରୁ ଦିଅ ଗୋ ପୋଛି ।।


ଏବେ ଆମେ ଆସ ପ୍ରଣୟ ସଂଗୀତ

ଗାଇବା ବୀଣା ର ତାରେ

ନିଦର୍ଶନ ଭଲ ପାଇବା ନିହିତ

ହୋଇବ ଇତି଼ହାସରେ ।।


ତୁମେ ତ ମୋ ପୂଣ୍ୟତୋୟା ଜାହ୍ନବୀ

ସଖୀ ରେ ତୋ ରସ ପାନେ

ପବିତ୍ର ହୋଇବି ପୁଣ୍ୟ ଫଳ ଲଭ୍ୟ 

ବସି ହୃଦ ସିହାସନେ ।।


ନେବାରେ ବିଦାୟ ଶେଷ ଯଉବନେ

ଏକାବେଳେ ଦୁହେଁ ମିଶି

ତାରା ଫୁଲ ହୋଇ ଆକାଶେ ହସିବା

ହସେ ହସୁ ଥିବ ଶଶି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance