ପ୍ରେମର ମଧୁ ଉଚ୍ଛ୍ୱାସ
ପ୍ରେମର ମଧୁ ଉଚ୍ଛ୍ୱାସ


ସୁବିସ୍ତୀର୍ଣ୍ଣ ବେଳାତଟେ ବସିଥିଲି ନୀରବରେ
ହଜିଥିଲି କିଛି କ୍ଷଣ ଅଫେରା ସେ ଅତୀତରେ
ନିରାଶର ବାଟୋଇ ମୁଁ ଜଳୁଥିଲି ଯନ୍ତ୍ରଣାରେ
ବଞ୍ଚିବାର ମୋହ ମନୁ ତୁଟିଥିଲା ଯୌବନରେ ।
ଆହ୍ବାନର ମନ୍ତ୍ର ଗାଇ ସାଗରର ତରଙ୍ଗରେ
କିଏ ସିଏ ମାୟାବିନୀ ଆସିଥିଲେ ଅଦୃଶ୍ୟରେ
ସିଞ୍ଚିଦେଲେ ସଞ୍ଜିବନୀ ମୃତପ୍ରାୟ ପରାଣରେ
ଖେଳିଗଲା ଶକ୍ତିଧାରା ମୋର ମନ ଶରୀରରେ ।
ଲକ୍ଷ୍ୟପଥ ଆଙ୍କିଦେଇ ବେନି ନେତ୍ର ସମ୍ମୁଖରେ
ଫେରିଯାଇ ଭଟ୍ଟା ସାଥେ ଲୀନହେଲେ ଗରଭରେ
ଭାବନା ମୋ' ଭଙ୍ଗ ହେଲା ଦଲଲାଏ ପବନରେ
ଆଶାଟିଏ ଉଜ୍ଜୀବିତ ହୋଇଗଲା ଜୀବନରେ ।
ଭୁଲିଗଲି ଅବସାଦ ସେହି ଶୁଭ ମୁହୂର୍ତ୍ତରେ
ପ୍ରେମର ମଧୁ ଉଚ୍ଛ୍ୱାସ ଖେଳିଗଲା ମୋ ଅନ୍ତରେ ।