STORYMIRROR

DHARITRI SAHU

Romance

4  

DHARITRI SAHU

Romance

ପ୍ରେମ ର ଦିବସ

ପ୍ରେମ ର ଦିବସ

1 min
214


ପ୍ରେମ ବିନା ସବୁ ରଙ୍ଗ ହୀନ ଲାଗେ

ଏକା ପ୍ରେମ ଫଗୁ ସାତ ରଙ୍ଗ ମାଗେ

      ‌      ପ୍ରେମ ରୁ ଝଙ୍କୃତ ସ୍ବର,

ସପ୍ତ ସ୍ବରେ ଜହିଁ ବଂଶୀ ବାଜୁଥାଇ

ପ୍ରେମ ର ରାଗିଣୀ ଆଜିବି ଶୁଭଇ

            ଆମୋଦିତ ହୃଦ ମୋର ।

ଶାଶ୍ଵତ ପ୍ରେମର ଅଭୁଲା କାହାଣୀ

ଲିପି ବଧ ଶିଳା ଶିଳ୍ପୀ ମଧ୍ୟେ ପୁଣି

            ଅତୁଳନୀୟ ସେ ପ୍ରିତି,

କେଦାର ଗଉରୀ କୁଣ୍ଡେ ପ୍ରତିଭାତ

ଚନ୍ଦ୍ରଭାଗା ସାଥେ କୋଣାର୍କ ଜଡ଼ିତ

            ସ୍ୱର୍ଗୀୟ ଶୁଷମା ଭାତି ।

ପୁରୁଷୋତ୍ତମ ଙ୍କୁ କାଞ୍ଚି ରାଜଜେମା

ଜୋଡିଦେବା ପାଇଁ ପ୍ରଭୁ ନିଜେ ଉଭା

            ହୋଇଲେ ଯୁଦ୍ଧ କ୍ଷେତ୍ରରେ,

 ଯୁଗ ଯୁଗ ଧରି ଅମର କୀରତୀ

 ପ୍ରେମ ପଛେ ପ୍ରେମ ଠାକୁର ଅଛନ୍ତି

             ବିଶ୍ଵାସ ଦେଲେ ହୃଦରେ ।

ପ୍ରେମ ହିଁ ଜୀବନ,ପ୍ରେମ ହିଁ ମରଣ

ପ୍ରେମ ମଧ୍ୟେ ଥାଏ ତ୍ୟାଗ ବଳିଦାନ

           ‌  ବ୍ୟାପ୍ତ ଏ ସଚରାଚର,

ପ୍ରେମ ଯହିଁ ନାହିଁ ନରକ ସେ ସ୍ଥାନ

ସଂସାର କୁ ବାନ୍ଧେ ପ୍ରେମ ନିକେତନ

             ପ୍ରେମ, ପ୍ରିତି, ମୈତ୍ରୀ ଭର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance