STORYMIRROR

Pratima Panda

Abstract Romance

3  

Pratima Panda

Abstract Romance

ରଙ୍ଗ ପ୍ରେମ

ରଙ୍ଗ ପ୍ରେମ

1 min
11.3K

ଏ ରଙ୍ଗର ପ୍ରେମରେ

ପଡିବନି ବନ୍ଧୁ

ରଙ୍ଗ ବି ବେଳେ ବେଳେ

ବହୁରୂପୀ ଏଣ୍ଡୁଅ ପରି

ରଙ୍ଗ ବଦଳାଏ


ନୂଆଁ ବହୂର ଲାଲ୍ ଚୁଡି

 ପାଦର ନାଲି ଅଳତା

ନାଲି ଜରଜର ପାଟ

ଆଉ ବାଳ ଇନ୍ଦୁ ପରି

ଲଳାଟେ ଶୋଭା ପାଉଥିବା

ରକ୍ତିମ ସିନ୍ଦୁର ଟିକା ବି

ରଙ୍ଗ ବଦଳାଇ

ଧଳା ଜହ୍ନ ଟେ ହୋଇ

କଳଙ୍କର ଟିକା ମାଖିନିଏ 


ସଜ ଗୋଲାପ

ଗୋଲାପି ଚିଠି

ଗୋଲାପି ଓଠ  

ଗୋଲାପି ହସ

ଗୋଲାପି ଗୋଲାପି ପ୍ରେମ ରଙ୍ଗ

ଜମା ମାଖିବନି ବନ୍ଧୁ

ନୀଳ କୋହ 

ନୀଳ ଯନ୍ତ୍ରଣା

 ନୀଳ ନୀଳ ପ୍ରତାରଣାର 

ସିନ୍ଧୁରେ ଯଦି ହେବାକୁ

ନ ଚାହଁ ଉବୁଟୁବୁ  


ସବୁଜ ଛନଛନ ଯୌବନ

ହୁଏ ଦିନେ ପାକଳ ପୀତ

କଳା ମଚମଚ କେଶ ବି

ହୁଏ ଶୁଭ୍ର ସଫେଦ

ସେ ଭ୍ରମରେ କେବେ

ଭ୍ରମିତ ନ ହେବ ବନ୍ଧୁ

ଯୌବନ ରଙ୍ଗ ଏ କ୍ଷଣଭଙ୍ଗୁର 


ଯଦି କେବେ ପଡିଯାଅ 

ଏ ରଙ୍ଗ ପ୍ରେମରେ

ପରିବର୍ତ୍ତନକୁ ବି ଗ୍ରହଣ କରିନେବ ବନ୍ଧୁ ହେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract