Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Romance Classics Others

3.2  

Santosh Kumar Nayak

Romance Classics Others

ସ୍ମୃତିର ସମାଧି ତାଜମହଲ

ସ୍ମୃତିର ସମାଧି ତାଜମହଲ

1 min
11.8K


ଯମୁନା କୂଳରେ ଆଗ୍ରା ସହରରେ

          ସୁବିଶାଳ ଏକ ସୌଧ,

ତାଜମହଲ ସେ ସ୍ମୃତିର ସମାଧି

         ବିଶ୍ବକୁ କରେ ଯେ ମୁଗ୍ଧ ।୧।


ମୋଗଲ କଳାର ଶ୍ରେଷ୍ଠ ନିଦର୍ଶନ

          ପରିପାଟୀ ତା' ସୁନ୍ଦର,

କିଏ କହେ ତାକୁ ପ୍ରେମର ପ୍ରତୀକ,

          କିଏ କହେ ବଜ୍ରସାର।୨।


ବିଜୟୀ ସମ୍ରାଟ ଶାହଜାହାନଙ୍କ

          ବେଗମ୍ ଯେ ମମତାଜ,

ବିବାହ ପରଠୁଁ ଦୁହିଁଙ୍କ ହୃଦୟେ

          ବୁଣାଥିଲା ପ୍ରେମବୀଜ।୩।


ଦୁଇ ପ୍ରେମପକ୍ଷୀ ଏକକୁ ଆରେକ

          ପାଉଥିଲେ ଏତେ ଭଲ,

ସାରା ପୃଥିବୀରେ ଜଣେ କେହି ନାହିଁ

          ହେବ ତାଙ୍କ ସମତୂଲ।୪।


ଶଶାଙ୍କ ରଜନୀ ସର କୁମୁଦିନୀ

          ସାଗର ଧରିତ୍ରୀ ପ୍ରେମ,

ଯେତେ ଚାହିଁଲେ ବି ହୋଇ ପାରିବନି

          ଏ ଦୁହିଁଙ୍କ ପ୍ରେମ ସମ।୫।


କୁସୁମର ପାଶ ଛାଡେନି ଭ୍ରମର

          ପାଇବାକୁ ପ୍ରେମ ମହୁ,

ଜଣକ ଶରୀରୁ ବୋହିଗଲେ ଝାଳ

          ଆଉ ଜଣେ ଢାଳେ ଲହୁ।୬।


ତେର ସନ୍ତାନଙ୍କ ଜନକ ଜନନୀ

          ହେଲେ ବି କମେନି ସ୍ନେହ,

ତାଙ୍କ ଜୀବନରେ ବୋହି ଚାଲିଥିଲା

          ଅତୁଟ ପ୍ରେମ ପ୍ରବାହ।୭।


ପୁଣି ମମତାଜ ହେଲେ ଗର୍ଭବତୀ

         ଜନ୍ମ ଦେଲେ ଏକ ଝିଅ,

ପ୍ରସବ ଯନ୍ତ୍ରଣା ଅସହ୍ୟ ହୋଇଲା

         ବଢିଲା ମନରେ ଭୟ।୮।


ବଇଦ ଔଷଧ ଡାକ୍ତର ଚିକିତ୍ସା

         କରିଲାନି କିଛି କାମ,

ସମ୍ରାଟ ଅଧିରେ ନିରତେ ଗମ୍ଭୀରେ

         ଜପୁଥିଲେ ଆଲ୍ଲା ନାମ।୯।


ପ୍ରଭୁ ପାଶେ ବସି ଦିଲ୍ଲୀ ଅଧିପତି

         ମାଗୁଥିଲେ ପରମାୟୁ,

ସ୍ବାମୀଙ୍କ କୋଳରେ ପତ୍ନୀ ଶିର ଥିଲା

         ଉଡିଗଲା ପ୍ରାଣବାୟୁ।୧୦।


ଦୁର୍ଗତିର ଶଲ୍ୟ ଫଟାଇଲା ବୁକୁ

         ନୟନୁ ଲୋତକ ଧାର,

ରାଜପ୍ରାସାଦର ଚାରିକାନ୍ଥ ବାଜି

         ଫେରିଲା ଆର୍ତ୍ତ ଚିତ୍କାର।୧୧।


ଗଗନ ପବନ ହେଲା ସ୍ତମ୍ଭୀଭୂତ

         ଶୋକରେ ଭରିଲା ମନ,

ନେଇ ଯାଅ ମୋତେ ତୁମ ପାଶେ ପ୍ରିୟା

         ରୋଦନ କଲେ ରାଜନ।୧୨।


ମନ୍ତ୍ରୀ ସେନାପତି ସଖା ସହଚର

         ବୁଝାଇଲେ ତାଙ୍କୁ ଯେତେ,

ପାଗଳ ପରାୟେ ହୋଇ ନରପତି

         କହେ ପ୍ରିୟା ନିଅ ମୋତେ।୧୩।


ମୃତ ଶରୀରକୁ ଛାଡିଲେ ରାଜନ

         ଅନେକ ପ୍ରଚେଷ୍ଟା ପରେ,

ତାଙ୍କ ଶେଷକୃତ୍ୟ ସମାପନ ହେଲା

        ଜୈନାବାଦ ବଗିଚାରେ।୧୪।


ବେଗମ୍ ସ୍ମୃତିକୁ ପାଶୋରି ନ ପାରି

        ଯମୁନା ନଦୀର ତୀରେ,

ଗଢିଲେ ସମ୍ରାଟ ସୁନ୍ଦର ସମାଧି

        ତାଜମହଲ ନାମରେ।୧୫।


ଧବଳ ମାର୍ବଲ ପ୍ରସ୍ତର ଦେହରେ

        କେତେ ଛବି ମନୋଲୋଭା,

ଆଲୋକ ପଡିଲେ ଲାଗଇ ଯେମିତି

        ଶୁଭ୍ରାକାଶେ କ୍ଷଣପ୍ରଭା।୧୬।


ଚିତ୍ରକର ତୁଳୀ କବିର ଲେଖନୀ

         ଭାଙ୍ଗିଯିବ ବର୍ଣ୍ଣି ରୂପ,

ନାହିଁ କେହି ଶିଳ୍ପୀ ଗଢିବ ଏଭଳି

         ଅଦ୍ବିତୀୟ ସ୍ମୃତି ସ୍ତୁପ।୧୭।


Rate this content
Log in

Similar oriya poem from Romance