ସ୍ମୃତି ଭିଜା ଏକ ସନ୍ଧ୍ୟାରେ
ସ୍ମୃତି ଭିଜା ଏକ ସନ୍ଧ୍ୟାରେ
ସ୍ମୃତି ଭିଜା ଏକ ସନ୍ଧ୍ୟାରେ
ଅଝଟ ପ୍ରଜାପତି ହୋଇ ଉଡୁଥିଲ
ବିଭୋର ବିହଙ୍ଗର ଗୋଧୂଳି ବେଳେ
ତୁମେ ହିଁ ତୃପ୍ତ କରିଥିଲ ସ୍ମୃତି ମନ୍ଥନେ
ସଂପୃକ୍ତ ସୂରଜର ବାହୁଡ଼ା ଦେଖି
ପୁରୁଣା ମୂହୁର୍ତ୍ତର ପୃଷ୍ଠା ଲେଉଟାଇ ଥିଲ ।
ସ୍ମୃତି ଭିଜା ଏକ ସନ୍ଧ୍ୟାରେ
ତମେ ତାରା ଭଳି ଖସି ପଡୁଥିଲ
ମୋ ପୃଥିବୀର ମୁଁ ଥିବା ସ୍ଥାନରେ
ତୁମ ଓଠର କେଉଁ ଏକ କୋଣ ଦେଇ
ସଜସଜ ପ୍ରୀତି ବାର୍ତ୍ତା ବିଛୁରିତ କରି
ଲକ୍ଷେ ଶବଦର ଶବ୍ଦମାଳି ପିନ୍ଧି
ଜହ୍ନ ଝରକାରେ ଝଲକି ଯାଉଥିଲ ।

