Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ସଜଳ ସ୍ମୃତି

ସଜଳ ସ୍ମୃତି

1 min
186



ମନେପଡେ ସାଥୀ  ଆଦ୍ୟ ଆଷାଢ଼ର

   ବିବାହ ଶୁଭ ଲଗନ

ସାକ୍ଷୀ ରଖି ଅଗ୍ନି  ଦଶ ଦିଗପାଳ

   ହେଲେ ଏକ ମନପ୍ରାଣ ।


ସାତଘେରା ଚାଲି  ବେଦୀ ପ୍ରଦକ୍ଷିଣ

   ବିବାହ ପାଣିଗ୍ରହଣ

ବଧୂ ଆଭୁଷଣେ  ସବାରୀରେ ବସି

   ସୁକନ୍ୟା ଅନୁଗମନ ।


ଚଉଠି ରାତିରେ  ସଜବାଜ ହୋଇ

   ଦିଶୁଥିଲ ଜହ୍ନ ପରି

ଚାତକ ପରାଏ  ବରବେଶେ ମୁହିଁ

   ଲଭିଥିଲି ସୁଧା ବାରି ।


ତୁମ ସାହଚର୍ଯ୍ୟ   ସହ ଅବସ୍ଥାନ

   ପ୍ରେମ ପ୍ରୀତି ଅନୁକ୍ଷଣ

ଭରିଛି ଜୀବନେ  ଉତ୍ସାହ ଆନନ୍ଦ

   ସରଜିଛି ନୂଆ ପ୍ରାଣ ।


ଛାଇ ପରି ତୁମେ ରହିଛ ମୋ ସାଥେ

   ସୁଖଦୁଃଖେ ପ୍ରିୟତମା

ଭୁଲିଛ ନିଜର   ମାତା ପିତା ଭ୍ରାତା

   ପତିପ୍ରାଣା ଅନୁପମା ।


ତୁମେ ଆଶାତରୀ  ନଉକା ନାୟିକା

   ଅସହାୟ ମୁଁ ନାଉରୀ

ସହଧର୍ମିଣୀ ଗୋ  ତୁମ ସହଯୋଗେ

   ପଙ୍ଗୁ ହୁଏ ଭବୁ ପାରି ।


ବିବାହ ବାର୍ଷିକୀ  ଶୁଭ ଅବସରେ

   ପରିଣତ ବୟସରେ

ସଜାଇବା ଆସ  ସ୍ମୃତିକୁ ସଜଳ

   ପୁଷ୍ପଗୁଚ୍ଛେ ସୁମଧୁରେ ।

     ------



Rate this content
Log in

Similar oriya poem from Romance