STORYMIRROR

Sangita Mishra Satapathy

Romance

3  

Sangita Mishra Satapathy

Romance

ବର୍ଷା ଗୋ ତୁମେ ଆସୁଥା

ବର୍ଷା ଗୋ ତୁମେ ଆସୁଥା

1 min
115


ବର୍ଷା ଗୋ, ତୁମେ ଶ୍ରାବଣୀ କନ୍ୟା 

ଶ୍ରାବଣରେ ଝରି ଝରି ଯାଅ

ମନ ତଳେ ଚାପି ଅକୁହା ବେଦନା

ଝରି ଝରି ଲୁହ ଢାଳିଦିଅ

ବାରି ନୁହେଁ ସତେ ଲୁହର ବନ୍ଯା

ଭସାଇ ନେବ କି ତନୁ ମନ

ବର୍ଷା ଗୋ, ତୁମେ କାଇଁ ଢାଳ ଲୁହ ?

ନିଜର ଭାବି ଚୁପି ଚୁପି କାନେ କହିଦିଅ

କିଛି ବି ତୁମର ନକରି ପାରିଲେ ତୁମରି

"ସମବେଦନା "ମଲମ ଦେବି ବୋଳି

ଲୁହ କୋହ ତୁମ ବାଣ୍ଟିନେବି

ସେନେହେ କୋଳକୁ ନେବି ତୋଳି

ବର୍ଷା ଗୋ ,ତୁମେ ହସିଦିଅ ଟିକେ

ଜୀବନ ଆକାଶୁ ଅନ୍ଧାର ହଟିଯାଉ

ବିଜୁଳି ସମ ଖିଲି ଖିଲି ହସେ

ବିରହ ବେଦନା ଲୁଚିଯାଉ

ବର୍ଷା ଗୋ ,ତୁମେ ନିତି ଶିରାବଣ ହୋଇ

ଏଇମିତି ଖାଲି ଆସୁଥାଅ

ନିଦାଘ ତପ୍ତ ପରାଣରେ ମୋର

ଅନନ୍ତ ଶୀତଳତା ଦେଇଯାଅ

ବର୍ଷା ଗୋ,ତୁମେ ମୋ ପାଇଁ ଖାଲି ଆସୁଥାଅ 

ଆକୁଳେ ଖୋଜେ ମୁଁ ତୁମରି ପରଶ

ହଜାଅ ମତେ ସଜାଅ ମତେ 

ତୁମରି ସ୍ପର୍ଶରେ ମୋତେ ହଜାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance