STORYMIRROR

Dr Simant Kumar Nanda

Romance

3  

Dr Simant Kumar Nanda

Romance

ସାଥୀ ରେ.. ଏଇ ତ ସମ୍ପର୍କ...

ସାଥୀ ରେ.. ଏଇ ତ ସମ୍ପର୍କ...

1 min
202

ସାଥୀରେ 

ଖେଳିଛେ ଜୀବନରେ କେତେ 

କେବେ ସତେ କେବେ ମିଛେ 

ଖେଳ ସବୁ ଭଲ ଲାଗେ ମୋତେ 

ଖେଳିବାକୁ ଖାଲି ତୁମ ସାଥେ।


ମନେ ତ ଥିବ ତୁମର 

ଖେଳ ସବୁ ସେଦିନ ର 

ନୂଆ ନୂଆ ଯେବେ ବାନ୍ଧୁଥିଲେ ନୀଡ଼ 

ହୋଇନେ କି' କ୍ଷତାକ୍ତ କେତେଥର।

ସବୁ ସୁଖ ତୃପ୍ତି ଓ ଆନନ୍ଦର।


କେତେ ଖେଳ ଖେଳିଲେଣି 

ଏଇ ଜୀବନ ଟିକକ ପାଇଁ 

ଶକ୍ତି ଆଉ ନାହିଁ ଯୋଡ଼ିବାକୁ

ଚଞ୍ଚୁକୁ ଚଞ୍ଚୁରେ ନେଇ 

ଯାହା ଖାଲି ଦେଖୁଛେ 

ଡୋଳାରେ ଡୋଳା ମିଶେଇ 

ଚିନ୍ତୁଛେ ଜଗତ ସାଇଁ।


ମୁଁ ଯଦି ମରିଯାଏ ଆଗ

ପାରିବକି କରି କାମଟିଏ ମୋ ପାଇଁ 

ଲେଖିବ କବିତା ଏକ ମୋ ନାଆଁ ଥାଇ 

ଥାପିବ ତୁମ ସୀମନ୍ତରେ ନେଇ।


ତୁମେ ଯଦି ଜିତିଯାଅ ଜୀବନ ଖେଳରେ 

ରଖିବି ତୁମକୁ ନେଇ ମୋ ଆଖି କୋଣରେ।

ଇଚ୍ଛା ହେଲେ ପାରିବି ତ ଦେଖି 

ଜୀର୍ଣ୍ଣ ଶୀର୍ଣ୍ଣ ଶୁଷ୍କ ପାପୁଲି ସ୍ପର୍ଶରେ।


ଦୂର ଦୂର ନୁହେଁ ପ୍ରେମ ପାଇଁ 

ଦୂରତା କରେ ଗଭୀର 

ଜନ୍ମରୁ ମରଣ  ପ୍ରେମର ସଙ୍ଗୀତ 

ଗୁଞ୍ଜେ କେବେ ପାଶେ କେବେ ପୁଣି ଦୂରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance