Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Nayak

Romance

3  

Nilakantha Nayak

Romance

ମେଞ୍ଚାଏ ଅନୁଭବ

ମେଞ୍ଚାଏ ଅନୁଭବ

1 min
110



ଭିଜା ଭିଜା ସପନ

ଵୁନ୍ଦା ବୁନ୍ଦା ବିଶ୍ୱାସ

ଝିପିଝିପି ଭରସା

ଏସବୁ...... କାହିଁକି ?

 କେବଳ... ....ଯେ

     ଥିଲା ଓଦା ଓଦା !।।।।


ନାଁ ଥିଲା ଅନ୍ଧାରୁଆ 

     ମେଘୁଆ ଆକାଶ

ନାଁ ଥିଲା ଖଣ୍ଡ ଖଣ୍ଡ 

     ଭାସୁଥିବା ବାଦଲ

ନାଁ ଥିଲା ସୁଲୁସୁଲିଆ

      ବହୁଥିବା ପବନ ।।।।

ତଥାପି........କି କାରଣେ 

    ଭିଜୁଥିଲି ମୁଁ ଏକା ଏକା !!!!!


ଭାରି ଅଜବ ଥିଲା ସେ ଋତୁ

 ଆଉ ମସ୍ତ ମସ୍ତ ଏଇସବୁ ଶିହରଣ

ଭାରି ଗଜବ ଥିଲା ଭିଜିବା

  ଏମିତି ଏଇସବୁ ଅନୁଭବ ସାଉଁଟିବା ।


କିଛି କିଛି ସରମ ଭିତରେ ଲୁଚୁଥିଲି

କିଛି କିଛି ଗରମ ଭିତରେ ସଢୁଥିଲି

ଆଉ .... ବେଳେବେଳେ ମୁଁ ନିଜେ

ନିତି ନିଜକୁ ଭାଙ୍ଗି ଭାଙ୍ଗି ଗଢୁଥିଲି ।


ବାସ୍ .... କାହିଁକି ଯେ ?

ମୁଁ...  

  ଏମିତି କିଛି ଅନାବନା

ଆଉ

 ସେମିତି କିଛି ନିଆରା ଭାବନାରେ ବୁଡୁଥିଲି ।


ନୀରବରେ......

  ପ୍ରଶ୍ନ ପଚାରୁଥିଲି 

 ଧମନୀ ଭିତରେ ରକ୍ତ କଣିକାଗୁଡ଼ିକୁ 

ଆଉ 

ଉତ୍ତରରେ ସେମାନେ କହୁଥିଲେ'

    "ସାରାଜୀବନ ମୁଁ ଭିଜୁଥାଏ ଏମିତି" ।।



Rate this content
Log in

Similar oriya poem from Romance