Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ସବୁ ଘଟଣା ନୁହେଁ ଦୁର୍ଘଟଣା

ସବୁ ଘଟଣା ନୁହେଁ ଦୁର୍ଘଟଣା

1 min
144


ସବୁ ଘଟଣା ନୁହେଁ ଦୁର୍ଘଟଣା

ସବୁ ଘଟଣା ନୁହେଁ ଦୁର୍ଘଟଣା

ଦେଇ ଥାଏ ଯିଏ ଦୁଃଖ ଯନ୍ତ୍ରଣା ।

ଦୁର୍ଘଟଣା ବୋଲି ତାହାକୁ କହି

ପ୍ରଭାଵ ତାହାର ଭୁଲି ନୁହଇ ।

ଅସଂଖ୍ୟ ଘଟଣା ରାଶି ଜୀବନେ

ଗଡି ଚାଲି ଅଛି ଯେ ରାତି ଦିନେ ।

ଯେଉଁ ଘଟଣା ରେ ଧନ ଜୀବନ

ହାନୀ ସହ ମନ ସହେ କଷଣ ।

ଅଶାନ୍ତି ଦୁଶ୍ଚିନ୍ତା ସ୍ବପ୍ନକୁ ଭଗ୍ନ

କରି ବହୁ ଦୁଃଖେ କରାଏ ମଗ୍ନ ।

ଦୁର୍ଘଟଣା ସିନା ଅଟଇ ତାହା

ଜୀବନେ ଦେଖାଏ ନୂତନ ରାହା ।

କେତେକ ତନ୍ମଧ୍ୟରେ ପ୍ରାକୃତିକ

ବହୁ ମୃତାହତ ହୁଅନ୍ତି ଲୋକ ।

ଘଟାଇ ଚାଲେ ସେ ଅନେକlନେକ

ପ୍ରଭାଵ ତାହାର କ୍ଷତି କାରକ ।

ଘଟଇ ଅସଂଖ୍ୟ ଯେ ଅଚାନକ

 ଆକ୍ରମଣ ଅବା କ୍ଷତି କାରକ ।

ଭାବ ଘେନି ଯେ ଅନନ୍ୟ ସୃଜନ

କରେ ନିମିଷକେ ଚୂର୍ଣ୍ଣ ବିଚୂର୍ଣ ।

ମନୁଷ୍ୟ ବା ଅନ୍ୟ କାହାରି ତୃଟି

ହେତୁ ଚାଲି ଥାଏ ନିଇତି ଘଟି ।

କୂତ୍ରିମ ବୋଲି କି ତାହାକୁ କହି

ବହୁଳ ପ୍ରଭାବ ଥାଏ ପକାଇ ।

ଦୁଃଖ ଦୈନ୍ୟ ଦଗ୍ଧ ଦୁର୍ଦ୍ଦିନ ଆଣେ

ଆଶା ଓ ସ୍ୱପ୍ନକୁ ବିନାଶେ କ୍ଷଣେ ।

ସୃଜେ ପଶ୍ଚାତlପ କଷ୍ଟ ଯାତନା

 ସମସ୍ୟା ଜାଲ ରେ ଛନ୍ଦଇ ନାନା ।

ସବୁ ଘଟଣା ନୁହେଁ ଦୁର୍ଘଟଣା

ଖଣ୍ଡିଆ ଖାବରା ମରା ଓ ହଣା ।

ଦଳା ଚକଟାରେ ଜୀବନ ହାନୀ

ଅଭୁଲା ରହଇ ସେହି କାହାଣୀ ।

ରୋମାଞ୍ଚ ଆଶଙ୍କା ଆବେଗ ଭରା

ବହୁତ ଦୁର୍ମୂଲ୍ୟ ନାଶେ ସେ ତ୍ୱରା ।

ଦୁର୍ଘଟଣା ବୋଲି କହନ୍ତି ତାହା

ଝରାଏ ଜୀବନେ ଦୁଃଖ ଓ ଜ୍ଵାଳା ।


Rate this content
Log in

Similar oriya poem from Abstract