STORYMIRROR

Puspanjali Panda

Abstract Romance

3  

Puspanjali Panda

Abstract Romance

ତଥାପି ଜୀବନ

ତଥାପି ଜୀବନ

1 min
122

ପ୍ରିୟତମ,ତମେ ମୋର

ପହିଲି ବରଷାର

ଓଦା ଓଦା ମାଟିରବାସନା ।।

ଧୂଧୂ ବଇଶାଖି ଖରାବେଳେ

ଛାଇ ଭର୍ତ୍ତି ଗଛ ବୃଛ

ମାଟିର ଗହଣା ।।

ତମେ ଲାଗି ଫୁଙ୍ଗୁଳା ସକାଳ ଟା 

ଅଭ୍ର ଅରୁଣିମା ଭରା ଖୁସୀଚିତ୍ର ଗୀତି

ଆକାଶ ଓ ପୃଥିବୀର ମିଳନର 

ଦୁର ଦିଗ୍ବଳୟ 

ପୁଣ୍ୟମୟ ମୋ ସନ୍ଧ୍ୟା ଆଳତୀ।।

ତମ ପ୍ରେମ ଝରଣାର ସୁଶୀତଳ

 ମିଠା ଜଳ ବସନ୍ତର ବାସ୍ନା

ତୁଷାର୍ତ ମୁଁ ନିଦାଘ ର ତୀକ୍ଷ୍ଣ ରଶ୍ମୀ

ତୁମବିନା ଅସମ୍ପୂର୍ଣ୍ଣ ତୃଷ୍ଣା ।।

ବିସ୍ମୃତ ୠତୁ ର ଦୀର୍ଘ ଅପାଶୋରା

ଅତୀତର ଫର୍ଦ୍ଦ ଟିଏ ପରି

ସଞୁଆ ଲଗନେ ସଦଖ ଝୁରିହୁଏ

ମଲ୍ଲୀଗଛ ମହକରେ ଭରି।।

ତମେମୋର ଦହନର ମୁଗ୍ଧ ପରିଭାଷା

ଶେଷ ସମୟରେ

ପାହାନ୍ତି ପହରେ ମୁକ୍ତି ହେବାର

ମୌନ ସମ୍ମତି ଆଶା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract