କୃଷ୍ଣ ପ୍ରେମ ଚିରନ୍ତନ ପ୍ରେମ
କୃଷ୍ଣ ପ୍ରେମ ଚିରନ୍ତନ ପ୍ରେମ
ବାସୁ ଯେତେ ମଧୁ ଗୋଲାପର ଫୁଲ,ମଧୁ ଜାମିନୀର ଅନ୍ତ ନିଶ୍ଚିତ,ଭାଙ୍ଗେ ଦିନେ ସତ ପ୍ରେମିକର ମୋହ ମାନବ ପ୍ରେମ ବଞ୍ଚିବ କ୍ଵଚିତ !
ସରେ ଦିନେ କେବେ ଫଗୁଣ ପୁଲକ,
ପଡ଼ଇ ମଳିନ କୁସୁମ ମୁଖ,ବଦନ ବିନାଶେ ବୟସର ଘାତ,ହୃଦୟ ବିନାଶେ ମର୍ତ୍ତ୍ୟର ଦୁଃଖ I
ଶରୀରର ନିଆଁ ଶିଥିଳ ପଡ଼ଇ,
ଧବଳ ହୁଅଇ କେଶ କୁନ୍ତଳ,ନିଷ୍ପ୍ରଭ ହୁଅଇ ସମୟର ଘାତେ,ଦୁର୍ବଳ ଦେହେ ଶତ ସିଂହ ବଳ I
ତେବେବି ମନରେ ତୃଷା ଥାଏ ଭରି,ଦେହ ଭୋକ ଖାଲି ଯନ୍ତ୍ରଣା ନୁହେଁ,ତେଣୁ କରି ବେଣୁ ଶ୍ୱନେ ଯାଏ ଥରି,କୃଷ୍ଣଙ୍କୁ ପଖାଳି ନୟନ ଲୁହେ !
ପ୍ରଣୟ ପ୍ରୟାସୀ କୃଷ୍ନକୁ ଖୋଜଇ,
ତାହା ବିହୁନେ ଅନ୍ୟ ଗତି ନାହିଁ,ଏକୋଇ ପୁରୁଷ ପ୍ରଣୟର ପ୍ରାଥୀ,ତା'ର ବିଛେଦରେ ମୁକତି ନାହିଁ !
ନିଜର ରୂପକୁ ଭୁଲେ ନର ତେଣୁ ,ରାଧିକାର ସ୍ଥାନ ପ୍ରେମରେ ଖୋଜେ,କୃଷ୍ଣ କୃଷ୍ଣ ଡାକେ ତା ଆତ୍ମା ତୃଷାରେ,କୃଷ୍ଣ ସ୍ଵପ୍ନରେ ତା' ତ୍ରିସନ୍ଧ୍ୟା ହଜେ !

