Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramodini Parichha

Romance

3  

Pramodini Parichha

Romance

ନିଃସଙ୍ଗ ଜୀବନ

ନିଃସଙ୍ଗ ଜୀବନ

1 min
154


ଅନ୍ଧ ଗଳିର ମୁଁ

 ରୂପସୀ ନାୟିକା

  ଖୋଲିଛି ମନ ଦୁଆର

ପ୍ରତିଦାନେ କିଛି

  ଲୋଡା ନାହିଁ ମୋର

   ଭାବନା ରାଇଜେ ଘର


ଭାବନା ତୂଳୀରେ

  ଆଙ୍କିବସେ ନିତି

  ନୂଆ ନୂଆ ଚିତ୍ରକର

ରଙ୍ଗ ପସରାରେ

  ହଜାଇ ଦେବ ସେ

   ମୋ ହୃଦର ଅନ୍ତଃସ୍ୱର ।


ନିଃସଙ୍ଗ ଜୀବନ

  ହେବ ମଧୁମୟ

   ମଧୁଶାଳା ହେବ ଲୋଡା

ଦିଗହରା ନଇ

  ପାଇବ ଆସରା

   ସଂପର୍କରେ ହେଲେ ଯୋଡା।


ଗଢା ହେବ ଏଠି

  ପ୍ରେମ କୋଣାରକ

   ଚାରୁ ଚନ୍ଦ୍ରମାର କୋଳେ

ଭଙ୍ଗିଳ ଶିଖର

  ଶିହରୀ ଉଠିବ

    ପ୍ରଣୟର ମଧୁକାଳେ ।



Rate this content
Log in

Similar oriya poem from Romance