STORYMIRROR

Minata Barad

Abstract

2  

Minata Barad

Abstract

ସ୍ପର୍ଶ ନକରିବା ଭଲ

ସ୍ପର୍ଶ ନକରିବା ଭଲ

3 mins
3.1K

କେବେ ମତେ ମା’ କରି ଦେଖ

ମୁଁ ପଣତ ବଢେଇ ଦେବି

ହାତ ମୁହଁ ପୋଛିବାକୁ

ମନ କଥା ପଢି 

ବାଢି ଦେବି ଖାଇବାକୁ

ରୋଗେ ଥିଲେ 

ଜଗି ବସି ଥିବି ଦିନ ରାତି

ବସି ମାପୁ ଥିବି ଦେହ ତାତି


କେବେ ମତେ ଭଉଣୀ ର

କଥା କୁହ

ତୁମ ଗହଳ ବାଳ ରେ

ଆଂଗୁଠି ଛନ୍ଦି

ମୁଣ୍ଡ ସାଉଁଳି ଦବାର 

ଯଥେଷ୍ଟ ଇଚ୍ଛା ସାଇତି ରଖିଚି

ମୋ ଆଣ୍ଠୁରେ ଶୁଆଇ 

କାନ ଥାପୁଡେଇ ଦେବି

ନିଜେ ନ ଖାଇ ତୁମ ପାଇଁ 

ସବୁ ସାଇତି ରଖିଥିବି


କେବେ ମତେ ସ୍ତ୍ରୀ ର 

ଜାଗା ରେ ରଖ

ତୁମକୁ ମୋର ଭିନ୍ନ ଶରୀର ଭାବି

ନିତି ଯତ୍ନ କରୁଥିବି

ମୋ ପ୍ରେମ ଆଉ ସମ୍ମାନର 

ଶୀର୍ଷ ରେ ବସେଇ ରଖିବି


ମାତ୍ର ଖାଲି ପ୍ରଣୟ ଓ 

ଶରୀର ଭୋକରେ ମତେ 

ଶ୍ପର୍ଶ ନକରିବା ଭଲ

ହୁଏତ ମୁଁ ବିବସ୍ତ୍ର ହୋଇଯିବି

ତୁମ ନିର୍ଦେଶ ଆଉ 

ମୋ ପ୍ରେମର ପାଗଳାମିରେ

ବିନା ପ୍ରତିବାଦରେ


ଉଭୟଂକ ଇଚ୍ଛା କହି

ତୁମେ ବୁଡିଯିବ ମୁହୂର୍ତ୍ତ କ ଭୋଗରେ

ମୁଁ ସୁଡୁ ବୁଡୁ ହେବି ଆଂଜୁଳେ ଲାଜ

ଆଉ ଗଦାଏ ଭୟରେ

ଲୁଚେଇ ପୋଛି ଦେବି 

ଦିଇ ଧାର ଅଂଜଳୀ

ଦବେଇ ଦେବି ମୋ ଭିତର ବିଦ୍ରୋହ

ସାଉଁଟିବି କେତେ ସନ୍ଦେହ


ଆଉ ମାଗିବି ମେଂଚାଏ ପ୍ରତିସ୍ରୁତି

ହେଲେ ତୁମେ! ତୁମେ ଚାଲିଯିବ 

ଥାଉ ପରେ କଥା ହବା

ଆଜି ଆଉ ସମୟ ନାହିଁ କହି

କିଏ ପୋଛିବ ମୋ ଲୁହ

କାହା ଛାତିରେ ମୁଣ୍ଡ ଗୁଂଜି

ବୁହାଇ ଦେବି ଏ ନଦୀ

କାହା ମୁହଁ କୁ ଚାହିଁ 

ଶାନ୍ତ କରିବି ଏ ହୃଦୟ ର ତାତୀ

କାହାକୁ ଫିଟେଇ ଦେଖେଇବି 

ମୋ ଅମୃତ ମୟ ପ୍ରେମ ଆଉ

ଗୋଟେ ଖଣ୍ଡିଆ ଜହ୍ନର 

ଅମାବାସ୍ଯା ତିଥୀ


ଥାଉ ଲୋଡା ନାହିଁ ତୁମ

ପ୍ରେମ ସଂଜୀବନି

ଏମିତି ହିଁ ଠିକ୍ ଅଛି

ମା’ ଭଉଣୀ ସ୍ତ୍ରୀ ର ଜାଗା ନପାଇ

ଖାଲି ପ୍ରଣୟୀ ପ୍ରେମିକା ଟେ ସାଜି

କ’ଣ ବା ପାଇବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract