STORYMIRROR

Minata Barad

Abstract

2  

Minata Barad

Abstract

ତୁ କ’ଣ ଜାଣୁ? ମୁଁ ତତେ କେତେ ଭଲପାଏ!

ତୁ କ’ଣ ଜାଣୁ? ମୁଁ ତତେ କେତେ ଭଲପାଏ!

1 min
376

ମୁଁ ଯେତେବେଳେ କମ୍ପି ଉଠୁଥିଲି

ଅସହ୍ଯ ଶୀତ ଲହରୀରେ

ତୁ ହିଁ ତ ଢାଙ୍କିଥିଲୁ ମତେ

କୋମଳ ମଖମଲ କମ୍ୱଳ ଟାଏ


ସେଦିନ ସେ ପ୍ରଚଣ୍ଡ ରୈଦ୍ରତାପରେ

ଝାଉଁଳି ଗଲାବେଳେ

ତୁ ହିଁ ତ ଛିଞ୍ଚି ଥିଲୁ ଅମୃତର ବାରି

ମୋ ଦେହ ମନ ଭିତରେ


ଆଉ ବର୍ଷାରେ

ସେ ଘର ବୁଡା, ବନ୍ଧ ଭଙ୍ଗା ସ୍ରୋତରେ

ମୁଁ ଭାସିଗଲା ବେଳେ

ତୁ ହିଁ ତ ସାଜିଥିଲୁ ଆଶ୍ରାର କାତ ଟାଏ

ଆଉ ଫିଙ୍ଗି ଦେଇଥିଲୁ ମତେ

ଅସିମ ଶବ୍ଦର ରାଜପ୍ରାସାଦରେ


ମୋ ଆତ୍ମା ମତେ ଛାଡ଼ି 

ଲେଉଟିଲା ବେଳେ

ତୁ ହିଁ ତ ବାଟେଇଥିଲୁ ତାକୁ

ଲେଉଟିବାକୁ ମୋ ଆଡ଼େ


ତୁ ଏକା ମୋର 

ଚିର ଅନ୍ତରଙ୍ଗ ବନ୍ଧୁଟିଏ

ଝରି ଜାଉ ସବୁଦିନ ମୋ କଲମ ମୁନରୁ

ଦର୍ପଣଟେ ହେଇ ରହୁ

ମୋ କାଗଜ ଫର୍ଦ ଉପରେ


କବିତା

ତୁ କ’ଣ ଜାଣୁ

ମୁଁ ତତେ କେତେ ଭଲପାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract