ମୁଁ ଅବୁଝା ପାଗଳ
ମୁଁ ଅବୁଝା ପାଗଳ
ମୁଁ କହିଥିଲି ତତେ ସେଦିନ
ମୁଁ ଏକ ଅବୁଝା ପାଗଳ
ମୁଁ ନିସ୍ପାପ ଏକ ନିରିହ ଆତ୍ମା
ଯେ ବୁଝେନା ଅନ୍ଯ କିଛି
କେବଳ ତୋ ପ୍ରେମ ବିନା।
ତୁ ବୋଧେ ବୁଝି ନଥିଲୁ
ସେ ପ୍ରେମର ଭାଷା
ସେଥିପାଇଁ ତ’
ଚାହିଁନଥିଲୁ ପଛକୁ
ଅଣଲେଉଟା ମାଡି ଚାଲିଥିଲୁ
ମୁଁ କିନ୍ତୁ ଚାହିଁ ବସିଥିଲି
ତୁ ଫେରିଯାଇଥିବା ରାସ୍ତାକୁ
ମୁଠୋଉଥିଲି ସେ ବାଲିକୁ
ଗୁଣୁ ଗୁଣୋଉ ଥିଲି
ପ୍ରେମର ସେ ଗୀତଟି
ଲୋଟି ପଡୁଥିଲି ବିନ୍ଦୁ ବିନ୍ଦୁ ବାଲିରେ
ଅବାଧ୍ଯ ଶିଶୁଟେ ପରି।