STORYMIRROR

Minata Barad

Romance

3  

Minata Barad

Romance

ମୁଁ ଅବୁଝା ପାଗଳ

ମୁଁ ଅବୁଝା ପାଗଳ

1 min
321

ମୁଁ କହିଥିଲି ତତେ ସେଦିନ

ମୁଁ ଏକ ଅବୁଝା ପାଗଳ 

ମୁଁ ନିସ୍ପାପ ଏକ ନିରିହ ଆତ୍ମା

ଯେ ବୁଝେନା ଅନ୍ଯ କିଛି

କେବଳ ତୋ ପ୍ରେମ ବିନା।


ତୁ ବୋଧେ ବୁଝି ନଥିଲୁ

ସେ ପ୍ରେମର ଭାଷା

ସେଥିପାଇଁ ତ’

ଚାହିଁନଥିଲୁ ପଛକୁ

ଅଣଲେଉଟା ମାଡି ଚାଲିଥିଲୁ


ମୁଁ କିନ୍ତୁ ଚାହିଁ ବସିଥିଲି

ତୁ ଫେରିଯାଇଥିବା ରାସ୍ତାକୁ

ମୁଠୋଉଥିଲି ସେ ବାଲିକୁ

ଗୁଣୁ ଗୁଣୋଉ ଥିଲି

ପ୍ରେମର ସେ ଗୀତଟି

ଲୋଟି ପଡୁଥିଲି ବିନ୍ଦୁ ବିନ୍ଦୁ ବାଲିରେ

ଅବାଧ୍ଯ ଶିଶୁଟେ ପରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance