ଫାଟିଲା ଯଦି ଫାଟୁ
ଫାଟିଲା ଯଦି ଫାଟୁ
ଗ୍ରୀଷମ କାଳ ବିଷମ ଖରା
ଜଳୁଛି ହୁତୁହୁତୁ
ସାଇକେଲରେ ଯାଉଛି ମୁହିଁ
ପଡ଼ିଆ ଠାରୁ ମୋଟୁ l
ଶଶୁର ଘର ସାଇକେଲଟା
ଲାଗୁଛି କୁତୁକୁତୁ
ଟାଙ୍ଗରା ମୁଣ୍ଡ ତାତି ଯାଉଛି
ଫାଟିଲା ଯଦି ଫାଟୁ
ଫାଟିଲା ଯଦି ଫାଟୁ l
ଷାଠିଏ କିଲ ଓଜନ ମୋର
ଅଶୀଏ କିଲ ପେଟି
ଠିଆ ପେଡାଲ ମାରିକି ମୋର
ଦଅମ ଗଲା ତୁଟି l
ହେଣ୍ଡେଲ ଧରି ଟାଇଟ କରି
ପେଡାଲ ମାରେ ଆଣ୍ଟି
ବଜେଇ ଘଣ୍ଟି ସାଇକେଲରେ
ଯାଉଛି ମୁହିଁ ଛୁଟି l
ଶୋଷରେ ତଣ୍ଟି ଯାଉଛି ଫାଟି
ହେଉଛି ଆଟୁ ପାଟୁ
ଫାଟିଲା ଯଦି ଫାଟୁ l
ଫାଟିଲା ଯଦି ଫାଟୁ
ଘଞ୍ଚ ଜଙ୍ଗଲ ଘାଟି ଅଞ୍ଚଳ
ଆତଙ୍କବାଦୀ ଏଠି
ଲୁଟେରା ଦଳ ମାଳକୁ ମାଳ
ଗଣ୍ଠିଲି ଦେବେ ଲୁଟି l
ଚକରେ ଅଛି ହାର୍ଡ ପ୍ରେସର
ଗଡ଼ି ଯାଉଛି ଘାଟି
ଚଇତି ଶେଷ ପରବ ମାସ
ପୁରୁଷ ପିଲା ଛୁଟି l
ଦେଶିଆ ନନୀ ବାଟ ଓଗାଳି
ଫିଙ୍ଗେ କାଦୁଅ ମାଟି...
ମୋଅର ସିନା ଫାଟି ଯାଉଛି
ତାଙ୍କର କୁତୁକୁତୁ,
ମୁରୁକି ହସା ହସି କୁହନ୍ତି
ଫାଟିଲା ଯଦି ଫାଟୁ l
ଫାଟିଲା ଯଦି ଫାଟୁ
ଏତିକିବେଳେ ଢ଼ୋଓ ଶବଦ
ଶୁଭିଲା ପଛପଟୁ
ଜଣେ କହିଲା ତୋର ଫାଟିଲା
ଆରେ କାଳିଆ ପେଟୁ l
ବସିପଡ଼ିଲି ଲଅଥ କିନା
ବହୁତ ଦୂର ମୋଟୁ
ବଅସ ନାହିଁ ଗୋଟିଏ ହେଲେ
କେମିତି ଯିବି ଏଠୁ l
ଧାଙ୍ଗିଡ଼ି ଧରି ନାଚିଲି ମୁହିଁ
ଭାବି ରାତିଟା କଟୁ
ଭାରିଯା ଯଦି ଜାଣେ ଏକଥା
ପିଟିବ ଯଦି ପିଟୁ l
ସକାଳ ହେଲେ ଦେଖିବି ଚକା
ଫାଟିଲା ଯଦି ଫାଟୁ
ଫାଟିଲା ଯଦି ଫାଟୁ l

